ଓଡିଶା

odisha

ETV Bharat / bharat

କେରଳରେ 32 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 213 - କୋୋନା ଅପଡେଟ୍

ସୋମବାର କେରଳରେ 32 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ କେରଳରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ 213ରେ ପହଞ୍ଚିଥିବା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ।

kerala corona upadate
କେରଳରେ 32 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 213

By

Published : Mar 30, 2020, 10:32 PM IST

ଥିରୁଅନନ୍ତପୁରମ: କୋରୋନା ବ୍ୟାପିବାରୁ ରୋକିବା ପାଇଁ ସମଗ୍ର ଦେଶରେ 21 ଦିନ ଲକ ଡାଉନ ଘୋଷଣା କରାଯାଇଛି । ମାତ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ତେବେ ସୋମୋବାର କେରଳରେ 32 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ କେରଳରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ 213ରେ ପହଞ୍ଚିଥିବା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା 32 ନୂଆ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 17 ଜଣ ନିକଟରେ ବିଦେଶ ଯାଇ ଫେରିଥିବା ଜଣାପଡିଛି । ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ କୋରୋନା କାୟା ବିସ୍ତାର କରିଛି । ଏହା ମଧ୍ୟରେ ଭାରତରେ ମଧ୍ୟ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା 1074 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 30 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details