ଓଡିଶା

odisha

ETV Bharat / bharat

ପିଏମ କେୟାର୍ସ ଫଣ୍ଡକୁ 10.40ଲକ୍ଷ ଦାନ କଲେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ - 10.40ଲକ୍ଷ ଦାନ କଲେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ(କେଭିଏସ)ର ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ପିଏମ କେୟାର୍ସ ଫଣ୍ଡକୁ 10.40ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ...

Kendriya Vidyalaya Sangathan have donated Rs 10.40 Lakhs to PMCaresFund
ପିଏମ କେୟାର୍ସ ଫଣ୍ଡକୁ 10.40ଲକ୍ଷ ଦାନ କଲେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ

By

Published : Apr 3, 2020, 9:32 PM IST

ନୂଆଦିଲ୍ଲୀ: ସାରା ବିଶ୍ବ ପାଇଁ ସଙ୍କଟ ପାଲଟିଛି COVID-19 । ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତରେ ଏହାର ସଂଖ୍ୟା 2000କୁ ଟପିଛି । ଏପରି ଏକ ଘଡିସନ୍ଧି ମୂହୂର୍ତ୍ତରେ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି ନାମୀଦାମୀ କମ୍ପାନୀଠୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ, ସରକାରୀ କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସେଲିବ୍ରେଟୀ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ(କେଭିଏସ) କର୍ମଚାରୀମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ଉକ୍ତ ସଙ୍ଗଠନର ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ପିଏମ କେୟାର୍ସ ଫଣ୍ଡକୁ 10.40ଲକ୍ଷ ଟଙ୍କା ଦାନ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ପୀଡିତଙ୍କ ସହାୟତା ପାଇଁ ପିଏମ କେୟାର୍ସ ଫଣ୍ଡର ଶୁଭାରମ୍ଭ କରିଛନ୍ତି । ଏହି ଫଣ୍ଡକୁ ସାରା ଦୁନିଆରୁ ସହାୟତାର ହାତ ଆସୁଥିବା ବେଳେ କେଭିଏସର ଏହି ଦାନ ମଧ୍ୟ କୋରୋନା ପୀଡିତଙ୍କ ସେବାରେ ଲାଗିବ ।

@ANI

ABOUT THE AUTHOR

...view details