ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଏନକାଉଣ୍ଟ ମାମଲାକୁ ନେଇ ଲୋକସଭାରେ ମତ ରଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏହା ସହିତ ସେ ନାରୀ ସୁରକ୍ଷାକୁ ରାଜନୀତି ଏବଂ ସମ୍ପ୍ରଦାୟ ସହ ଯୋଡିବା ପ୍ରସଙ୍ଗକୁ ନିନ୍ଦା କରିଛନ୍ତି।
ନାରୀ ସୁରକ୍ଷାକୁ ନେଇ ରାଜନୀତି କରିବା ନିନ୍ଦନୀୟ: ଅନୁଭବ ମହାନ୍ତି
ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଏନକାଉଣ୍ଟ ମାମଲାରେ ଲୋକସଭାରେ ମତ ରଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି।
ଫଟୋ ସୌଜନ୍ୟ: ଲୋକସଭା ଟିଭି
ଗୋଟିଏ ପଟେ ଦେଶରେ ରାମ ମନ୍ଦିର ନିର୍ମାଣ କରାଯାଉଛି ଅନ୍ୟପକ୍ଷରେ ସୀତା ମାତାଙ୍କୁ ଜାଳି ଦିଆଯାଉଛି ବୋଲି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ କହିଥିଲେ । ଯାହାକୁ ବିରୋଧ କରି ଅନୁଭବ କହିଛନ୍ତି, 'ସର୍ବଦା ନାରୀର ସମ୍ମାନ କରିବା ଉଚିତ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହରେ ସମସ୍ତେ ଏକଜୁଟ ହେଉଛନ୍ତି ତାହା ଅତ୍ୟନ୍ତ ପ୍ରସଂଶନୀୟ। ହେଲେ ଏହାକୁ ରାଜନୈତିକ ଏବଂ ସାମ୍ପ୍ରଦାୟିକ ପ୍ରସଙ୍ଗ କରିବା ଅତ୍ୟନ୍ତ ନିନ୍ଦନୀୟ।'