ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ବଢୁଛି କୋରୋନା ସଂକ୍ରମଣ, କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବେ କେଜ୍ରିୱାଲ - central government

ଦିଲ୍ଲୀରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହି କାରଣରୁ ଦିଲ୍ଲୀ ସରକାର ବିବାହରେ ଦିଆଯାଇଥିବା ଆରାମକୁ ପ୍ରତ୍ୟାହାର କରି ନେଇଛନ୍ତି। ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

By

Published : Nov 17, 2020, 3:23 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହି କାରଣରୁ ଦିଲ୍ଲୀ ସରକାର ବିବାହରେ ଦିଆଯାଇଥିବା ଆରାମକୁ ପ୍ରତ୍ୟାହାର କରି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି, ‘ବିବାହ ଉତ୍ସବରେ 200 ରୁ ଅଧିକ ଲୋକ ଯୋଗଦେବା ପାଇଁ ଆମେ ଅନୁମତି ପ୍ରତ୍ୟାହାର କରିଛୁ ଓ ବର୍ତ୍ତମାନ ବିବାହ ଉତ୍ସବରେ କେବଳ 50 ଜଣ ଲୋକ ଯୋଗ ଦେଇ ପାରିବେ ’ ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କୋରୋନା ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ଏହି ସଂଖ୍ୟା 50 ରୁ 200 କୁ ବୃଦ୍ଧି କରାଯାଇଥିଲା, ଯାହା ବର୍ତ୍ତମାନ ପ୍ରତ୍ୟାହାର କରାଯାଇଛି। ଦିଲ୍ଲୀ ସରକାର କୋରୋନା ସଂକ୍ରମଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇବେ। କେଜ୍ରିୱାଲ କହିଛନ୍ତି ଯେ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ଯଥେଷ୍ଟ ଅଛି କିନ୍ତୁ ଆଇସିୟୁ ବେଡର ଅଭାବ ରହିଛି । ଏଥିପାଇଁ କେନ୍ଦ୍ର ସରକାର ସାହାଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ସମସ୍ତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି କିନ୍ତୁ ସବୁଠାରୁ ବଡ ଆବଶ୍ୟକତା ହେଉଛି ଲୋକେ ଯତ୍ନବାନ ହେବା ଉଚିତ୍ । ଅନେକ ଲୋକ ବିନା ମାସ୍କରେ ବୁଲୁଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 99 ଜଣଙ୍କର ମୃତ୍ୟୁ ହୋଇଛି, ଏହା ମହାରାଷ୍ଟ୍ରଠାରୁ ଅଧିକ ଅଟେ । ଦିଲ୍ଲୀରେ ପ୍ରତି ଘଣ୍ଟାରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ବର୍ତ୍ତମାନ ସୁଦ୍ଧା 88 ଲକ୍ଷ 74 ହଜାରରୁ ଅଧିକ ଲୋକ ଭାରତରେ କୋରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 1.3 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆଜି(ମଙ୍ଗଳବାର) କୋରୋନାର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ।

ABOUT THE AUTHOR

...view details