ଓଡିଶା

odisha

ETV Bharat / bharat

ରାମ ମନ୍ଦିର ଟ୍ରଷ୍ଟ ଘୋଷଣାକୁ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାଗତ - Kejriwal on Ram Mandir trust

ରାମମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଘୋଷଣାକୁ ସ୍ବାଗତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

kejriwal-on-ram-mandir-trust
ରାମ ମନ୍ଦିର ଟ୍ରଷ୍ଟ ଘୋଷଣାକୁ ଅରବିନ୍ଦ କେଜିରିୱାଲଙ୍କ ସ୍ବାଗତ

By

Published : Feb 5, 2020, 9:30 PM IST

ନୂଆଦିଲ୍ଲୀ: ରାମମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଘୋଷଣାକୁ ସ୍ବାଗତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆମ ଆଦମୀ ପାର୍ଟି(ଆପ) ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି ।


ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛି ଓ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଏହା ଏକ ଭଲ ଜିନିଷ, କିନ୍ତୁ କିଛି ଲୋକ ସମୟ ଖରାପ ଥିବା କହୁଛନ୍ତି। କୌଣସି ଭଲ କାମ ପାଇଁ ସମୟର ଆବଶ୍ୟକତା ଦରକାର ନାହିଁ । ଏହାକୁ ଯେ କୌଣସି ସମୟରେ ଘୋଷଣା କରାଯାଇପାରେ । ଯଦି ଏହା ଆସନ୍ତା କାଲି ଘୋଷଣା କରାଯାଇଥାନ୍ତା ତେବେ ମୋର କିଛି ଅସୁବିଧା ନାହିଁ ।’

ରାମ ମନ୍ଦିର ଟ୍ରଷ୍ଟ ଘୋଷଣାକୁ ଅରବିନ୍ଦ କେଜିରିୱାଲଙ୍କ ସ୍ବାଗତ

ରାମ ମନ୍ଦିର ନିର୍ମାଣ ପାଇଁ ଆଜି ଟ୍ରଷ୍ଟ ଘୋଷଣା କରାଯାଇଛି । ଏହି ଟ୍ରଷ୍ଟର ନାମ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ବୋଲି ନାମିତ କରାଯାଇଛି । ଏଥିରେ 15 ଜଣ ସଦସ୍ୟ ରହିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ପ୍ରସଙ୍ଗକୁ ଲୋକସଭାରେ ମଧ୍ୟ ଉପସ୍ଥାପିତ କରିଥିଲେ ।

ABOUT THE AUTHOR

...view details