ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: ସ୍ବତନ୍ତ୍ର ଦଳ ଘୋଷଣା କଲେ ଦିଲ୍ଲୀ ସରକାର - delhi govt.

356 ଟି ନୂତନ ପଜିଟିଭ୍ ମାମଲା ସହିତ କୋରୋନା ସଂକ୍ରମିତ ସଂଖ୍ୟା 1500 ଅତିକ୍ରମ କରିଛି। ଏହି ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଗ୍ରାଉଣ୍ଡ ସ୍ତରରେ ଏକ ସ୍ବତନ୍ତ୍ର ଦଳ ଗଠନ କରିବାକୁ ଯାଉଛନ୍ତି।

Kejriwal govt.
କୋରୋନା ମୁକାବିଲା

By

Published : Apr 14, 2020, 2:00 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ରେକର୍ଡ ଭାଙ୍ଗିଛି । 356 ଟି ନୂତନ ପଜିଟିଭ୍ ମାମଲା ସହିତ କୋରୋନା ସଂକ୍ରମିତ ସଂଖ୍ୟା 1500 ଅତିକ୍ରମ କରିଛି। ଏହି ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଗ୍ରାଉଣ୍ଡ ସ୍ତରରେ ଏକ ସ୍ବତନ୍ତ୍ର ଦଳ ଗଠନ କରିବାକୁ ଯାଉଛନ୍ତି।

ଏହି ଦଳର ନାମ ରହିଛି ‘କୋରୋନା ଫୁଟ୍ ୱାରିୟର୍ସ କଣ୍ଟେନମେଣ୍ଟ ଓ ସର୍ଭିଲାନ୍ସ’। ସମଗ୍ର ଦିଲ୍ଲୀରେ ପ୍ରାୟ 13 ହଜାର ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ନିଜେ ଏହି ଦଳ ଗଠନ କରିବେ। ପ୍ରତ୍ୟେକ ଦଳରେ ବିଭିନ୍ନ କ୍ଷେତ୍ରର ପାଞ୍ଚ ଜଣ ଲୋକ ରହିବେ, ଯେଉଁମାନେ ନିଜ ନିଜ ଅଞ୍ଚଳରେ ସେହି ସ୍ଥାନ ସହିତ ଭଲ ଭାବରେ ପରିଚିତ ଥିବେ ।

ବୁଥ୍ ସ୍ତରର ଅଧିକାରୀ ଦଳର ମୁଖ୍ୟ ହେବେ ଏବଂ ଏଥିସହ ଜଣେ ନାଗରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ, ଜଣେ ଆଶା କିମ୍ବା ଅଙ୍ଗନୱାଡି କର୍ମୀ, ମ୍ୟୁନିସିପାଲିଟି କର୍ପୋରେସନ୍ ସୁଇପର ଏବଂ ଦିଲ୍ଲୀ ପୋଲିସର ଜଣେ ବିଟ୍ କନଷ୍ଟେବଳ ଏହାର ସଦସ୍ୟ ହେବେ। ଏହି ଟିମ୍ ପ୍ରତ୍ୟେକ ଦିନ ସନ୍ଧ୍ୟା 6 ଟାରେ ଅଧିକାରୀମାନଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ।

ଏହି ଦଳର କାର୍ଯ୍ୟ-

1. ସମ୍ପୃକ୍ତ ଅଞ୍ଚଳରେ କୋରୋନା ସନ୍ଦିଗ୍ଧ ମାମଲା ସମ୍ପର୍କରେ ପଚାରି ବୁଝିବେ।

2. ଲୋକଙ୍କୁ ଡାକି ସେମାନଙ୍କର କିଛି ଅସୁବିଧା ଅଛି କି ନାହିଁ ସେ ନେଇ ପଚାରି ବୁଝିବେ ।

3.ଲୋକଙ୍କୁ ସାମାଜିକ ଦୂରତା ବିଷୟରେ କହିବେ ଏବଂ ସେମାନଙ୍କୁ ମାସ୍କ ପିନ୍ଧିବା ଭଳି ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ କହିବେ ।

4.ସେମାନେ ନିଜ ନିଜ ଅଞ୍ଚଳକୁ ଯାଇ ସାମାଜିକ ଦୂରତା କାର୍ଯ୍ୟକାରୀ କରିବେ । ଅଧିକ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳଗୁଡିକ ବିଶେଷ ଭାବରେ ନଜର ରଖାଯିବ। ଏଠାରେ ଲୋକଙ୍କୁ ସରକାର ଦେଇଥିବା ନିର୍ଦ୍ଦେଶ ପାଳନ କରିବାକୁ କୁହାଯିବ ଏବଂ ଯଦି ସେମାନେ ଏଥିରେ ସହମତ ନୁହଁନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

5.ଏହି ଦଳ ସହିତ ଜଡିତ ଲୋକମାନେ ସମ୍ପୃକ୍ତ ଅଞ୍ଚଳରେ ବୁଲାବୁଲି କରିବେ ଏବଂ କୌଣସି କୋରୋନା ସନ୍ଦିଗ୍ଧ ଅଛନ୍ତି କି ନାହିଁ ଦେଖିବା ପାଇଁ ଘର ଘର ବୁଲିବେ । ଯଦି ଏପରି କୌଣସି ମାମଲା ମିଳୁଛି, ତେବେ ପଦ୍ଧତି ଅନୁସରଣ କରି କ୍ବାରେନଟାଇନ ସେଣ୍ଟରକୁ ପଠାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ABOUT THE AUTHOR

...view details