ଓଡିଶା

odisha

ETV Bharat / bharat

ଦୀର୍ଘ 6 ମାସ ପରେ ଦିଲ୍ଲୀରେ ଆରମ୍ଭ ହେଲା ଡୋରଷ୍ଟେପ ଡେଲିଭରି ଯୋଜନା - doorstep delivery scheme

ଦିଲ୍ଲୀରେ ପୁଣି ଆରମ୍ଭ ହେଲା ଡୋରଷ୍ଟେପ ଡେଲିଭରି ଯୋଜନା । କୋରୋନା କାରଣରୁ ଦୀର୍ଘ 6 ମାସ ଧରି ବନ୍ଦ ଥିବା ଏହି ଯୋଜନା ପୁଣି ଆରମ୍ଭ କରିଛନ୍ତି କେଜ୍ରିୱାଲ ସରକାର । ଅଧିକ ପଢନ୍ତୁ...

ଦୀର୍ଘ 6 ମାସ ପରେ ଦିଲ୍ଲୀରେ ଆରମ୍ଭ ହେଲା ଡୋରଷ୍ଟେପ ଡେଲିଭରି ଯୋଜନା
ଦୀର୍ଘ 6 ମାସ ପରେ ଦିଲ୍ଲୀରେ ଆରମ୍ଭ ହେଲା ଡୋରଷ୍ଟେପ ଡେଲିଭରି ଯୋଜନା

By

Published : Sep 13, 2020, 4:27 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଆରମ୍ଭ ହେଲା ଡୋରଷ୍ଟେପ ଡେଲିଭରି ଯୋଜନା । କୋରୋନା କାରଣରୁ ଦୀର୍ଘ 6 ମାସ ଧରି ବନ୍ଦ ଥିବା ଏହି ଯୋଜନା ପୁଣି ଆରମ୍ଭ କରିଛନ୍ତି କେଜ୍ରିୱାଲ ସରକାର । କୋରୋନା ମହାମାରୀ ହେତୁ 23 ମାର୍ଚ୍ଚରେ ଏହି ସେବା ସାମୟିକ ଭାବରେ ବନ୍ଦ ହୋଇଯାଇଥିଲା । 2018 ରେ, ସରକାର ଏହି ପ୍ରକଳ୍ପ ଚଳାଇବା ପାଇଁ ଭିଏଫଏସ ଗ୍ଲୋବାଲ୍ ନାମକ ଏକ ଲୋକପ୍ରିୟ ଭିସା ପ୍ରକ୍ରିୟାକରଣ ସଂସ୍ଥା ସହିତ ତିନିବର୍ଷର ଚୁକ୍ତିନାମା ସ୍ୱାକ୍ଷର କରିଥିଲେ, ଯେଉଁଥିରେ ମୋବାଇଲ୍ ସହାୟକମାନଙ୍କ ମାଧ୍ୟମରେ 100 ପ୍ରକାରର ସାର୍ବଜନୀନ ସେବାକୁ ଘର ଘର ପହଞ୍ଚାଯାଇଥାଏ ।

ମିଡିଆ ରିପୋର୍ଟ ଅନୁଯାୟୀ ଭିଏଫଏସ ଗ୍ଲୋବାଲ କହିଛି, “ସେପ୍ଟେମ୍ବର ୧ ତାରିଖରୁ ଆମେ ଦିଲ୍ଲୀ ଡୋରଷ୍ଟେପ ପ୍ରକଳ୍ପ ଆରମ୍ଭ କରିଛୁ। ବର୍ତ୍ତମାନ ମୋବାଇଲ୍ ସହାୟକ ଏବଂ ନାଗରିକଙ୍କ ସ୍ୱାସ୍ଥ୍ୟ-ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଡୋରଷ୍ଟେପ ଡେଲିଭରି ପାଇଁ କେନ୍ଦ୍ର ସରକାର ଦେଇଥିବା କୋଭିଡ -19 ର ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଗ୍ରାଉଣ୍ଡ ଷ୍ଟାଫ୍ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦିଲ୍ଲୀ ବାସିନ୍ଦା ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ନିଜ ଘରେ ବିବାହ ପ୍ରମାଣପତ୍ର ପର୍ଯ୍ୟନ୍ତ 100 ଟି ସେବା ପାଇପାରିବେ । ଘରୁ ସରକାରୀ ସୁବିଧା ପାଇବାକୁ ହେଲେ ' 1076 'କୁ କଲ କରି ସମୟ ନେବାକୁ ପଡିବ । ଏହା ପରେ, ମୋବାଇଲ୍ ଆସିଷ୍ଟାଣ୍ଟ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଏବଂ ଫି ନେଇ ଆପଣଙ୍କ ଘରେ ଫର୍ମ ପୂରଣ କରି ପରବର୍ତ୍ତୀ ପ୍ରକ୍ରିୟା ସମାପ୍ତ କରେ ।

ସରକାରୀ ସେବା ବ୍ୟତୀତ ଘରେ ହିତାଧିକାରୀଙ୍କୁ ରାସନ ପହଞ୍ଚାଇବା ଯୋଜନାକୁ ମଧ୍ୟ ଦିଲ୍ଲୀ ସରକାର ମଞ୍ଜୁରୀ ଦେଇଛନ୍ତି । ତଥାପି, ଏହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହି ଯୋଜନାର ନାମ 'ମୁଖମନ୍ତ୍ରୀ ଘର ଘର ରାସନ ଯୋଜନା' ରଖାଯାଇଛି । ଏହି ସ୍କିମ୍ ଅନୁଯାୟୀ ଗହମ, ମଇଦା, ଚାଉଳ ଏବଂ ଚିନିକୁ ଏକ ପରିଷ୍କାର ବ୍ୟାଗରେ ପ୍ୟାକ କରି ଲୋକମାନଙ୍କ ଘରେ ପହଞ୍ଚେଇ ଦିଆଯିବ ।

ABOUT THE AUTHOR

...view details