ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ 24 ଘଣ୍ଟା ସପ୍ଲାଏ ହେବ ବିଶୁଦ୍ଧ ଜଳ । ଏନେଇ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀରେ ଜଳ ଯୋଗାଣ ଆଧୁନିକ ଦେଶ ପରି ହେବ। ଦିଲ୍ଲୀରେ 930 ନିୟୁତ ଗ୍ୟାଲନ୍ ଜଳ ଉତ୍ପାଦନ ହେଉଛି। ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 176 ଲିଟର ପାଣି ଯୋଗାଇ ପାରିବ । ସିଏମ କହିଛନ୍ତି ଯେ, ଦିଲ୍ଲୀରେ ମଧ୍ୟ ଜଳର ଉପଲବ୍ଧତା ବଢାଇବାକୁ ପଡିବ, ତେଣୁ ଆମେ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ସହ କଥା ହେଉଛୁ।
ଦିଲ୍ଲୀରେ 24 ଘଣ୍ଟା ଉପଲବ୍ଧ ହେବ ସପ୍ଲାଏ ପାଣି - 24 hours clean water supply in Delhi
ଦିଲ୍ଲୀରେ ଏବେ 24 ଘଣ୍ଟା ସପ୍ଲାଏ ହେବ ପାଣି। ଏନେଇ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀରେ ଏବେ ଜଳ ଯୋଗାଣ ଆଧୁନିକ ଦେଶ ପରି ହେବ। ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ, ଯେମିତି ଆମ୍ ଆଦମୀ ପାର୍ଟି ସରକାର ଗତ 5 ବର୍ଷ ମଧ୍ୟରେ ଦିଲ୍ଲୀରେ 24 ଘଣ୍ଟା ବିଦ୍ୟୁତ୍ ସୁନିଶ୍ଚିତ କରିଛନ୍ତି, ସେହିପରି ଆସନ୍ତା 5 ବର୍ଷ ମଧ୍ୟରେ ଦିଲ୍ଲୀରେ ଆପଣଙ୍କ ଘରେ 24 ଘଣ୍ଟା ପାଇଁ ନିର୍ମଳ ଜଳ ନିଶ୍ଚିତ କରିବ । ତେଣୁ ଆଜି ମୁଁ ଖୁସି ଯେ ଆମେ ସେହି ପ୍ରକ୍ରିୟା ଆରମ୍ଭ କରିଛୁ ।
24 ସେପ୍ଟେମ୍ବରରେ ଦିଲ୍ଲୀ ଜଳ ବୋର୍ଡ ବୈଠକ କରିଥିଲା। ଦିଲ୍ଲୀ ଜଳ ବୋର୍ଡ ବୈଠକରେ ଜଣେ ପରାମର୍ଶଦାତା ନିଯୁକ୍ତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ, ଯିଏ ଆମକୁ ଦିଲ୍ଲୀରେ 24 ଘଣ୍ଟା ଜଳ ପହଞ୍ଚାଇବା ପାଇଁ କଣ କରିବା ଆବଶ୍ୟକ ତାହା ପରାମର୍ଶ ଦେବ ।