ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ଆତଙ୍କ ରଚାଇଛନ୍ତି ଆନ୍ଦୋଳନକାରୀ । ନାଗରିକତା ସଂଶୋଧନ ଆଇନ ବିପକ୍ଷରେ ଜାରି ରଖିଥିବା ଆନ୍ଦୋଳନକୁ ହିଂସାତ୍ମକ ଢଙ୍ଗରେ ଆପଣେଇଛନ୍ତି ଏମାନେ । ବର୍ତ୍ତମାନ ସୁଦ୍ଧା ବିକ୍ଷୋଭକାରୀଙ୍କ ପଥର ମାଡ଼ରେ 10 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 150ରୁ ଉର୍ଦ୍ଧ୍ବ ଲୋକ ଆହାତ ହୋଇଛନ୍ତି । ସେପଟେ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଆହାତମାନଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଆହତଙ୍କୁ ଭେଟିଲେ ଅରବିନ୍ଦ, ହିଂସା ନକରିବାକୁ କଲେ ଅପିଲ - दिल्ली पुलिस
ରାଜଧାନୀର ଜେଟିବି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ଦିଲ୍ଲୀରେ ଜାରି ରହିଥିବା ଏପରି ହିଂସାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏପରି ନକରିବାକୁ ଅପିଲ କରିଛନ୍ତି । ଆଗକୁ ପଢନ୍ତୁ...
ରାଜଧାନୀର ଜେଟିବି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତ ମାନଙ୍କୁ ଭେଟିବା ସହ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କେଜ୍ରିୱାଲ । ସେ କହିଛନ୍ତି କିଛି ଲୋକ ସାମାନ୍ୟ ଆହତ ହୋଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । କିଛି ଲୋକ ମଧ୍ୟ ଗୁଳି ମାଡ଼ରେ ଗୁରୁତର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।
ହସ୍ପିଟାଲରେ ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି । ସଠିକ ଢଙ୍ଗରେ ଦିଲ୍ଲୀ ସରକାର ଆହତ ମାନଙ୍କ ଚିକିତ୍ସା କରିବାକୁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରିଛନ୍ତି । ହିଂସାକୁ ନେଇ ଚିନ୍ତା ପ୍ରକଟ କରିବା ସହ ହିଂସାତ୍ମକ ପ୍ରଥା ନ ଆପଣାଇବାକୁ ଅପିଲ ମଧ୍ୟ କରିଛନ୍ତି । ତାଙ୍କ ସହ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନିଷ ସିସୋଡ଼ିଆ ମଧ୍ୟ ଆହତଙ୍କୁ ଭେଟିବାକୁ ଗସ୍ତ କରିଥିଲେ ।