ଓଡିଶା

odisha

ETV Bharat / bharat

ଲକଡାଉନ ଟିପ୍ସ: ମୁଣ୍ଡ ଥଣ୍ଡା ରଖନ୍ତୁ, ଦିନ ଭଲରେ କାଟନ୍ତୁ - ଲକଡାଉନ ଟିପ୍ସ

ଦିନର ଆରମ୍ଭରୁ ମସ୍ତିଷ୍କ ଥଣ୍ଡା ରଖନ୍ତୁ । ଅତ୍ୟନ୍ତ ଶାନ୍ତ ଭାବେ ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ । ଅଧିକ ପଢନ୍ତୁ...

ଲକଡାଉନ ଟିପ୍ସ: ମୁଣ୍ଡ ଥଣ୍ଡା ରଖନ୍ତୁ, ଦିନ ଭଲରେ କାଟନ୍ତୁ
ଲକଡାଉନ ଟିପ୍ସ: ମୁଣ୍ଡ ଥଣ୍ଡା ରଖନ୍ତୁ, ଦିନ ଭଲରେ କାଟନ୍ତୁ

By

Published : Apr 5, 2020, 7:13 AM IST

ହାଇଦ୍ରାବାଦ: ଲକଡାଉନରେ ବିଭିନ୍ନ ଖବର । ପୁଣି ଘରେ ପିଲାଛୁଆଙ୍କ ପାଟିତୁଣ୍ଡ । ସବୁବେଳେ ଅଫିସରେ ଶାନ୍ତିପ୍ରିୟ ଜାଗାରେ କାମ କରୁଥିବା ଲୋକ ଏସବୁକୁ ନେଇ ନିଶ୍ଚିତ ଟେନସନ ହୋଇଯିବ । ତେବେ ଆମେ ଆପଣଙ୍କୁ ବତାଇବୁ ଏହି ସମୟରେ କିପରି ନିଜକୁ ଶାନ୍ତ ରଖିବେ ।

ଦିନର ଆରମ୍ଭରୁ ମସ୍ତିଷ୍କ ଥଣ୍ଡା ରଖନ୍ତୁ । ଅତ୍ୟନ୍ତ ଶାନ୍ତ ଭାବେ ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ । ମନେରଖନ୍ତୁ ଚାପ ସମୟରେ ହିଁ ମନରେ ଅନେକ ଖରାପ ଚିନ୍ତା ଘୂରିବୁଲେ । ନକରାତ୍ମକ ଚିନ୍ତାଧାରା କୋରୋନା ଭୂତାଣୁ ଭଳି ହୋଇଥାଏ । ସୁଯୋଗ ପାଇବା ମାତ୍ରେ ଆପଣଙ୍କୁ ଆଟାକ୍‌ କରିଥାଏ । ତେଣୁ ସୁସ୍ଥ ଓ ଥଣ୍ଡା ମନରେ ସମସ୍ତ ସମସ୍ତ କାମର ଆରମ୍ଭ କରନ୍ତୁ, ଦେଖିବେ ସଫଳ ହେବେ ।

କୋରୋନାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ଭବିଷ୍ୟତ କଥା ଭାବନ୍ତୁ ନାହିଁ । ବର୍ତ୍ତମାନ କଥା ଭାବନ୍ତୁ । ନ୍ୟୁଜ ଓ ସରକାରଙ୍କ ଗାଇଡଲାଇନ ଉପରେ ଧ୍ୟାନ ଦିଅନ୍ତୁ । ଏହାକୁ ମାନିବା ସହ କିପରି ଉପଯୁକ୍ତ ପଦକ୍ଷେପ ନେବେ ତାହା ଚିନ୍ତା କରନ୍ତୁ । ଅତ୍ୟଧିକ ଭୟଙ୍କର ଖବର ଦେଉଥିବା ମିଡିଆଠାରୁ ଦୂରରେ ରହନ୍ତୁ । ଭବିଷ୍ୟତକୁ ନେଇ ଡରାଉଥିବା ଖବରକୁ ଅଣଦେଖା କରି ବର୍ତ୍ତମାନ କଣ କରିବେ ତାହା ଉପରେ ତର୍ଜମା କରନ୍ତୁ । ସତର୍କ ରହିବା ସହ ନିଜକୁ ବହିପଢା, ଗୀତ ଶୁଣା କିମ୍ବା ରୋଷେଇ କରିବାରେ ବ୍ୟସ୍ତ ରଖନ୍ତୁ ।

ABOUT THE AUTHOR

...view details