ହାଇଦ୍ରାବାଦ: ଲକଡାଉନକୁ ପୁରିଛି ଦୁଇ ମାସରୁ ଅଧିକ । ଏହି ଲକଡାଉନରେ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି । ତେଣୁ ପିଲାଙ୍କ ପାଠ ପଢା ଯେମିତି ପ୍ରଭାବିତ ନହୁଏ ତାହାକୁ ନଜରରେ ରଖି ଆରମ୍ଭ ହୋଇଛି ଅନଲାଇନ ପାଠପଢା । ତେଣୁ ପିଲାଙ୍କୁ ଲଗାତାର 3ରୁ 4 ଘଣ୍ଟା ଏବେ କମ୍ପ୍ୟୁଟର ସାମ୍ନାରେ ବସି ରହିବାକୁ ପଡୁଛି ।
ତେବେ ଏହା ତାଙ୍କ ଆଖି ଉପରେ ପ୍ରଭାବ ପକାଇବ ନିଶ୍ଚୟ । ଆଉ ଏମିତିରେ ଅଭିଭାବକଙ୍କୁ ନିଜ ପିଲାର ଆଖିର ଯତ୍ନ ନେବା ନିହାତି ଆବଶ୍ୟକ । ତେଣୁ ଆପଣଙ୍କ ପିଲା ଯଦି ଅନଲାଇନରେ ପାଠ ପଢୁଛନ୍ତି ତେବେ କିଛି ଘରୋଇ ଉପାୟ ଆପଣାନ୍ତୁ ।
ଅନଲାଇନ ପାଠ ପଢା ସମୟରେ ସ୍କ୍ରିନକୁ ସ୍ଥିର ହୋଇ ନଦେଖି ମଝିରେ ମଝିରେ ଆଖି ବୁଲାଇବାକୁ କୁହନ୍ତୁ । କିଛି ସମୟ ପାଇଁ ଆଖିକୁ ଆରାମ ଦେବା ଆବଶ୍ୟକ । ସେହିପରି ଅନ୍ଧାର ଘରେ ପିଲାଙ୍କୁ ବସାନ୍ତୁ ନାହିଁ । ଏମିତି କରିବା ଦ୍ବାରା ସ୍କ୍ରିନରୁ ବାହରୁଥିବା ରଶ୍ମି ସିଧାସଳଖ ଆପଣଙ୍କ ପିଲାର ଆଖିକୁ କ୍ଷତି ପହଞ୍ଚାଇବ ।
ଆମେ ସମସ୍ତେ ଏହା ଜାଣିଛୁ ଯେ ଆଖି ପାଇଁ ଭିଟାମିନ୍ ଏ ଏବଂ ସି ଯୁକ୍ତ ଖାଦ୍ୟ ଉପଯୁକ୍ତ ହୋଇଥାଏ । ଯେମିତି ଅଁଳା, ଗାଜର, ପାଳଙ୍ଗ ଶାଗ, ସବୁଜ ପନିପରିବା ଇତ୍ୟାଦି । ତେଣୁ ଆପଣଙ୍କ ପିଲାକୁ ଯଥେଷ୍ଟ ପରିମାଣର ଏହି ଖାଦ୍ୟ ଦିଅନ୍ତୁ ।
ସେହିପରି ଆପଣ ଗ୍ରୀନ୍ ଟି ବ୍ୟାଗକୁ କିଛି ସମୟ ପାଇଁ ଫ୍ରିଜରେ ଷ୍ଟୋର କରି ନିଅନ୍ତୁ । ଆଉ ପରେ ଏହାକୁ ପାଣିରେ ବୁଡାଇ ପିଲାଙ୍କ ଆଖି ଉପରେ ରଖନ୍ତୁ । ଏମିତି କରିବା ଦ୍ବାରା ଆଖିକୁ ଆରାମ ମିଳିଥାଏ ।