ଓଡିଶା

odisha

By

Published : Feb 9, 2020, 4:52 AM IST

ETV Bharat / bharat

ମୁସଲମାନ ମହିଳା ଭୋଟରଙ୍କୁ ବିଜେପିର ଟାର୍ଗେଟ, କହିଲା- କାଗଜ ସମ୍ଭାଳିକି ରଖ

'କାଗଜ ଦେଖାଇବୁ ନାହିଁ' ଉପରେ କର୍ଣ୍ଣାଟକ ବିଜେପି ଟାର୍ଗେଟ । ଭିଡିଓ ଜାରି କରି କାଗଜ ସମ୍ଭାଳି ରଖିବାକୁ କହିଲା କର୍ଣ୍ଣାଟକ ବିଜେପି । ଅଧିକ ପଢନ୍ତୁ...

ମୁସଲମାନ ମହିଳା ଭୋଟରଙ୍କୁ ବିଜେପିର ଟାର୍ଗେଟ, କହିଲା- କାଗଜ ସମ୍ଭାଳିକି ରଖ
ମୁସଲମାନ ମହିଳା ଭୋଟରଙ୍କୁ ବିଜେପିର ଟାର୍ଗେଟ, କହିଲା- କାଗଜ ସମ୍ଭାଳିକି ରଖ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ । ନିର୍ବାଚନରେ କେନ୍ଦ୍ର ବିନ୍ଦୁ ପାଲିଟିଥିବା ଦିଲ୍ଲୀର ଶାହିନ ବାଗକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବି ଆକ୍ରାତ୍ମକ ନଜର ଆସୁଛି ବିଜେପି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ ଦେଇଥିବା ମୁସଲମାନ ମହିଳାଙ୍କୁ କର୍ଣ୍ଣାଟକ ବିଜେପି ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।

ମୁସଲମାନ ମହିଳା ଭୋଟରଙ୍କୁ ବିଜେପିର ଟାର୍ଗେଟ, କହିଲା- କାଗଜ ସମ୍ଭାଳିକି ରଖ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟଗ୍ରହଣ ସମୟର ଏକ ଭିଡିଆ ନିଜ ଟ୍ବିଟ ଆକାଉଣ୍ଟରେ ପୋଷ୍ଟ କରିଛି କର୍ଣ୍ଣାଟକ ବିଜେପି । ଯେଉଁଥିରେ କିଛି ମୁସଲମାନ ମହିଳା ପରିଚୟ ପତ୍ର ଧରି ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ଧାଡିରେ ଅପେକ୍ଷା କରିଛନ୍ତି । ଏହି ଭିଡିଓର କ୍ୟାପସନରେ ଲେଖାହୋଇଛି-'କାଗଜ ଦେଖାଇବୁ ନାହିଁ ଆମେ! ଏହି କାଗଜକୁ ସମ୍ଭାଳିକି ରଖ । ଏହାକୁ ପୁଣି ଜାତୀୟ ଜନସଂଖ୍ୟା ରେଜିଷ୍ଟର ତଥା NPR ସମୟରେ ଦେଖାଇବାକୁ ପଡିବ ।

ସାରା ଦେଶରେ ଏନଆରସି ଓ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିରୋଧ କରୁଥିବା ପ୍ରଦର୍ଶନକାରୀ 'କାଗଜ ଦେଖାଇବୁ ନାହିଁ'ର ସ୍ଳୋଗାନ ଦେଉଛନ୍ତି । ଏହି ସ୍ଳୋଗାନକୁ ନେଇ କର୍ଣ୍ଣାଟକ ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିଛି । ଭାରତୀୟ ନାଗରିକଙ୍କ ବାୟୋମେଟ୍ରିକ ଡାଟାବେସ ପାଇଁ ଚଳିତ ବର୍ଷ ଏପ୍ରିଲ ମାସରେ ଅରମ୍ଭ ହେବାକୁ ଯାଉଛି NPR ପ୍ରକ୍ରିୟା । ସଠିକ ବ୍ୟକ୍ତିକୁ ଚିହ୍ନଟ କରି ତାକୁ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଏନପିଆରର ଉଦ୍ଦେଶ୍ୟ ।

ABOUT THE AUTHOR

...view details