ଓଡିଶା

odisha

ETV Bharat / bharat

'ମଝି ସିଟ ଖାଲି ରଖନ୍ତୁ ନଚେତ ରାପ ଆରାଉଣ୍ଡ ଗାଉନ ଦିଅନ୍ତୁ'

'ମଝି ସିଟ ଖାଲି ରଖନ୍ତୁ ନଚେତ ରାପ ଆରାଉଣ୍ଡ ଗାଉନ ଦିଅନ୍ତୁ' । ଏଭଳି କହିଛି ଏୟାରଲାଇନ୍ସ । ଅଧିକ ପଢନ୍ତୁ...

Keep Middle Seats Empty Or Give "Wrap-Around Gowns", Airlines Told
'ମଝି ସିଟ ଖାଲି ରଖନ୍ତୁ ନଚେତ ରାପ ଆରାଉଣ୍ଡ ଗାଉନ ଦିଅନ୍ତୁ'

By

Published : Jun 1, 2020, 7:12 PM IST

ନୂଆଦିଲ୍ଲୀ: ବିମାନ ଚଳାଚଳ ଆରମ୍ଭ ପରେ ବିମାନର ମଝି ସିଟ ଖାଲି ରଖିବାକୁ ଚେଷ୍ଟା କରିବା ନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁମାନେ ଏହି ସିଟ୍ ବ୍ୟବହାର କରନ୍ତି ସେମାନଙ୍କ ପାଇଁ ରାପ୍-ଗାଉନ୍ ଯୋଗାଇଦେବା ଉଚିତ ବୋଲି ଦେଶର ବିମାନ ନିୟାମକ ଡିଜିସିଏ ସୋମବାର କହିଛନ୍ତି।

ବିମାନରେ ମଝି ସିଟ୍ ଦିଆଯାଇଥିବା ଯାତ୍ରୀମାନଙ୍କୁ ଫେସ୍ ମାସ୍କ ଏବଂ ସିଲ୍ଡ ବ୍ୟତୀତ ଟେକ୍ସଟାଇଲ୍ ମନ୍ତ୍ରଣାଳୟର ଅନୁମୋଦିତ ମାନାଙ୍କ ରାପ ଆରାଉଣ୍ଡ ଗାଉନ୍ ପରି ଅତିରିକ୍ତ ପ୍ରତିରକ୍ଷା ଉପକରଣ ଯୋଗାଇ ଦିଆଯିବା ଉଚିତ ବୋଲି ଡିଜିସିଏ କିମ୍ବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ସୋମବାର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ୟେ , "ବିମାନ ସେବାଗୁଡିକ ସିଟ୍ ବଣ୍ଟନ କରିବେ ଯେଉଁଥିରେ ଯାତ୍ରୀ ଭାର ଏବଂ ସିଟ୍ କ୍ଷମତା ଦେଖି ମଧ୍ୟମ ସିଟ୍ ଖାଲି ରଖାଯିବ। ତଥାପି ସମାନ ପରିବାରର ସଦସ୍ୟଙ୍କୁ ଏକାଠି ବସିବାକୁ ଅନୁମତି ଦିଆଯାଇପାରେ।"ବାରମ୍ବାର ସାନିଟାଇଜେସନ୍, କ୍ୟାବିନ ସଫା କରିବା ଏବଂ ସ୍ୱାସ୍ଥ୍ୟଗତ କାରଣ ବ୍ୟତୀତ ବିମାନରେ ଖାଇବା କିମ୍ବା ପାନୀୟ ଜଳ ଉପରେ ନିଷେଧାଦେଶ ଭଳି ଏହି ନିୟମ ଦୋହରାଇଛି।

ଲକ୍ ଡାଉନ୍ ହେତୁ ଦୁଇ ମାସର ବ୍ୟବଧାନ ପରେ ଘରୋଇ ଯାତ୍ରୀବାହୀ ବିମାନ ମେ 25 ରେ ପୁନଃଆରମ୍ଭ ହୋଇଥିଲା । ଦେଶରେ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ସ୍ଥଗିତ ରହିଛି। ସୁପ୍ରିମକୋର୍ଟ ନିକଟରେ କହିଥିଲେ ଯେ କୋରୋନା ବିସ୍ତାର ଯାଞ୍ଚ ପାଇଁ ଆବଶ୍ୟକ ଶାରୀରିକ ଦୂରତା ପାଇଁ ବିମାନରେ ମଝି ସିଟ୍ ଖାଲି ରଖିବା ଜରୁରୀ ।

For All Latest Updates

ABOUT THE AUTHOR

...view details