ଡେରାଡୁନ: ଦ୍ବାଦଶ ଜ୍ୟାତିର୍ଲିଙ୍ଗ ମଧ୍ୟରେ ବାବା କେଦାରନାଥ ଧାମର ମହିମା ଶ୍ରଦ୍ଧାଳୁଙ୍କୁ ପ୍ରତିବର୍ଷ ନିଜ ଆଡକୁ ଟାଣି ଆଣିଥାଏ । ସେହିପରି 4ଧାମ ମଧ୍ୟରେ ବଦ୍ରୀନାଥ ଧାମ ମଧ୍ୟ ଅନ୍ୟତମ । ତେବେ ଏହି 2 ମନ୍ଦିରର ବିଶେଷ୍ବତ ହେଲା ଏହା 6ମାସ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହେ ଓ ବର୍ଷର ବାକି 6ମାସ ମନ୍ଦିର ବନ୍ଦ ରହିଥାଏ । ତେବେ ଏହି 2ମନ୍ଦିରର କବାଟ ବନ୍ଦ ହେବାର ତିଥି ଧାର୍ଯ୍ୟ କରାଯାଇଛି ।
ବାବା କେଦାରନାଥ-ବଦ୍ରୀନାଥଙ୍କ ବନ୍ଦ ହେବ କବାଟ, ଜାଣନ୍ତୁ କେବେ - ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡସ୍ଥିତ ବାବା କେଦାରନାଥ ଓ ବଦ୍ରୀନାଥ ଧାମର କବାଟ ବନ୍ଦ ହେବାର ତିଥି ଧାର୍ଯ୍ୟ କରାଯାଇଛି । ଏହି 2 ମନ୍ଦିର ବର୍ଷର 6ମାସ ଭକ୍ତଙ୍କ ପାଇଁ ଖୋଲା ରହିଥିବାବେଳେ ଶୀତଦିନ ଆରମ୍ଭରୁ ଏହି ମନ୍ଦିର 6ମାସ ଯାଏଁ ବନ୍ଦ କରି ଦିଆଯାଇଥାଏ ।
ଡିଜାଇନ ଫଟୋ
ଚଳିତବର୍ଷ ଅକ୍ଟୋବର 29ତାରିଖ ଦିନ ସକାଳ 8.30ସମୟରେ ବାବା କେଦାରନାଥଙ୍କ ମନ୍ଦିର ବନ୍ଦ କରାଯିବାର ମନ୍ଦିର ସମିତି ପକ୍ଷରୁ ଘୋଷଣା କରାଯାଇଛି । ସେହପରି ବଦ୍ରୀନାଥ ଧାମର କବାଟ ନଭେମ୍ବର 17ତାରିଖ ସଂନ୍ଧ୍ୟା ସମୟ 5.13ମିନିଟରେ ବନ୍ଦ କରାଯିବ । ଏହି ମନ୍ଦିରର ମୁଖ୍ୟ ପୂଜାରୀ କବାଟ ବନ୍ଦ ହେବାର ତିଥି ଘୋଷଣା କରିଛନ୍ତି ।