ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ପ୍ରତିକ୍ରିୟା ରଖିଲେ କେସିଆର - ହାଇଦ୍ରାବାଦରେ ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ

ହାଇଦ୍ରାବାଦରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ତିନିଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଗଣଦୁଷ୍କର୍ମ ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟକୁ ହସ୍ତାନ୍ତର କରାଯିବ।

KCR's First Reaction to Telangana Rape & Murder
ଫାଇଲ ଫଟୋ

By

Published : Dec 1, 2019, 7:53 PM IST

Updated : Dec 4, 2019, 4:25 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ପ୍ରାଣୀଧନ ଚିକିତ୍ସକଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ବର୍ତ୍ତମାନ ଦେଶକୁ ସ୍ତବ୍ଧ କରିଦେଇଛି। ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଆନ୍ଦୋଳନ ଦେଖାଦେଇଛି। ଏ ଘଟଣାର ତିନିଦିନ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ଖିଛନ୍ତି।

ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଏହି ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ଉପସ୍ଥାପନା କରାଯିବ ବୋଲି କହିଛନ୍ତି। ହାଇଦ୍ରାବାଦରେ ଜଣେ ପ୍ରାଣୀଧନ ଚିକିତ୍ସକଙ୍କୁ ଚାରିଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିବା ସହ ଜାଳି ମାରିଦେବା ପରେ ଶୁକ୍ରବାର ପୀଡିତାଙ୍କ ଜଳନ୍ତା ମୃତଦେହ ହାଇଦ୍ରାବାଦର ସାଦନଗରରୁ ଉଦ୍ଧାର କରାଯାଇଥିଲା।

କିଛି ଦିନ ପୂର୍ବରୁ ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମ୍ମୁଦ ଅଲ୍ଲୀ ଏହାକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଏ ଘଟଣାକୁ ନେଇ ଆମେ ଦୁଃଖିତ। ପୀଡିତା ଶିକ୍ଷିତ ହୋଇଥିବା ସତ୍ତ୍ବେ ପ୍ରଥମେ 100 ନମ୍ବରକୁ ଫୋନ ନ କରି ନିଜ ଘରକୁ ଫୋନ କରିଥିଲେ। 100 ନମ୍ବରକୁ ଫୋନ କରିଥିଲେ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ଗୃହମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।

Last Updated : Dec 4, 2019, 4:25 PM IST

ABOUT THE AUTHOR

...view details