ହାଇଦ୍ରାବାଦ: ନାଗାର୍ଜୁନସାଗର ବିଧାନସଭା ଉପନିର୍ବାଚନକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ କେସିଆର । ଦୀର୍ଘବର୍ଷ ହେଲା ରାଜ୍ୟରେ ଶାସନ କରିଥିବା କଂଗ୍ରେସ ନାଗାର୍ଜୁନସାଗର ଅଞ୍ଚଳରେ କୌଣସି କାର୍ଯ୍ୟ କରିନାହିଁ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ।
ତେଲେଙ୍ଗାନାର ନାଗାର୍ଜୁନସାଗର ବିଧାନସଭା ଆସନ ଉପନିର୍ବାଚନକୁ ନେଇ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ପ୍ରସ୍ତୁତି ଆରମ୍ଭ କରିଛି । ନାଲଗୋଣ୍ଡା ଜିଲ୍ଲାର ହାଲିଆ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ କେସିଆର କହିଛନ୍ତି ଯଦି ଆଗାମୀ ଦିନରେ ପ୍ରତିଶ୍ରୁତି ଦିଆଯାଇଥିବା ନାଗାର୍ଜୁନ ସାଗରର ଜଳସେଚନ ପ୍ରକଳ୍ପ ସମାପ୍ତ କରାନଯାଏ ତେବେ ଆସନ୍ତା ବିଧାନସଭା 2023 ନିର୍ବାଚନ ଲଢିବେ ନାହିଁ । 2500 କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ପାଇଁ ବ୍ୟବସ୍ଥା କରାଯାଇଛି । ଯଦି ଆମେ ଏହି ପ୍ରକଳ୍ପଗୁଡିକ ଠିକ ସମୟ ସଂପୂର୍ଣ୍ଣ ନକରିପାରିବୁ ତେବେ ଆମେ ଆଗାମୀ ନିର୍ବାଚନରେ ଆମେ ଭାଗ ନେବୁନାହିଁ ବୋଲି କହିଛନ୍ତି । ଦେଶର ଦୀର୍ଘ ବର୍ଷ ଶାସନ କରିଥିବା କଂଗ୍ରେସ ରାଜ୍ୟରେ ଶାସନ କାର୍ଯ୍ୟକାଳ ମଧ୍ୟରେ ବିକାଶକୁ ଅଣଦେଖା କରିଛି। ଏହି ପ୍ରକଳ୍ପ ତାଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି କେସିଆର କହିଛନ୍ତି ।