ଓଡିଶା

odisha

ETV Bharat / bharat

TSRTCକୁ ଘରୋଇକରଣ କରିବା ପାଇଁ ଚାହୁଁଛି କେସିଆର ସରକାର: ତେଲେଙ୍ଗାନା ବିଜେପି

ତେଲେଙ୍ଗାନାରେ ଦୀର୍ଘଦିନ ହେଲା ଟିଏସଆରଟିସି କର୍ମଚାରୀମାନଙ୍କ ଆନ୍ଦୋଳନ ଜାରି ରହିଛି । ଆଉ ଏହାକୁ ନେଇ କେସିଆର ସରକାରଙ୍କ ଉପରେ ବର୍ଷିଛି ତେଲେଙ୍ଗାନା ବିଜେପି ।

By

Published : Nov 14, 2019, 12:27 PM IST

ଫଟୋ ସୌଜନ୍ୟ : ଏଏନଆଇ

ହାଇଦ୍ରାବାଦ: ତେଲେଙ୍ଗାନାରେ ଦୀର୍ଘଦିନ ହେଲା ଟିଏସଆରଟିସି କର୍ମଚାରୀ ମାନଙ୍କର ଆନ୍ଦୋଳନ ଚାଲିଛି । ଏଥିପାଇଁ ତେଲେଙ୍ଗାନା ବିଜେପି କେସିଆର ସରକାରଙ୍କୁ ଦୋଷାରୋପ କରିଛି। କେ ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା ନେତୃତ୍ବାଧୀନ କେସିଆର ସରକାର ଘରୋଇକରଣ କରି ପରିବହନ ବିଭାଗକୁ ନର୍କକୁ ଠେଲି ଦେଉଛନ୍ତି ବୋଲି ଦୋଷାରୋପ କରିଛନ୍ତି ।

ତେଲେଙ୍ଗାନାର ବିଜେପି ମୁଖପାତ୍ର ଏନ ସୁଭାଷ କହିଛନ୍ତି ଟିଏସଆରଟିସି କର୍ମଚାରୀ ଦୀର୍ଘ 39 ଦିନ ହେଲାଣି ସେମାନଙ୍କର ଦାବି ପୂରଣ ଓ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ କରୁଛନ୍ତି କିନ୍ତୁ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଏହି ସମୟରେ ରାଜ୍ୟରେ 23 ଜଣ ଟିସଆରଟିସି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । 39 ଦିନରେ ଧାରଣା ଅନବରତ ଭାବରେ ଚାଲିଛି କିନ୍ତୁ ସରକାର ସେମାନଙ୍କ ବେତନ ମଧ୍ୟ ପ୍ରଦାନ କରିନାହାଁନ୍ତି ।

କେସିଆର ସରକାର ଆରଟିସିକୁ କ୍ଷତିରେ ଚାଲୁଥିବା ନିଗମ ଭାବରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟିଏସଆରଟିସିକୁ ଘରୋଇକରଣ କରି ନିଜ ଅନୁଗାମୀଙ୍କୁ ପ୍ରଦାନ କରିବା ପାଇଁ ଚାହୁଁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରି ଟିଏସଆରଟିସି କର୍ମଚାରୀ ମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି କିନ୍ତୁ କେସିଆର ସରକାର ଏହାକୁ ମଧ୍ୟ ବରଖାସ୍ତ କରିଛନ୍ତି ।

ତେଲେଙ୍ଗାନା ସରକାର ଲୋକଙ୍କର ଦୁର୍ଦ୍ଦଶାକୁ ସମ୍ପୂର୍ଣ୍ଣ ଅନ୍ଧଭାବରେ ଅଣଦେଖା କରୁଛନ୍ତି ବୋଲି କହିଛନ୍ତି । ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଲୋଚନା କରି ସମସ୍ୟାର ସମାଧାନ କରିବାପାଇଁ କହିଛନ୍ତି କିନ୍ତୁ ରାଜ୍ୟ ସରକାର ନିଜ ଜିଦରେ ଅଟଳ ରହିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ରାଜ୍ୟର 49000 କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ତେଲେଙ୍ଗାନା ସରକାର ଉଚିତ ପଦକ୍ଷେପ ନେଇ ସମାଧାନ କରିବା ଦରକାର ବୋଲି କହିଛନ୍ତି ତେଲେଙ୍ଗାନା ବିଜେପି ମୁଖପାତ୍ର ।

ABOUT THE AUTHOR

...view details