ଗୌହାଟି: ୱାର୍ଲ୍ଡ ହେରିଟେଜ ସାଇଟ କାଜିରଙ୍ଗା ଜାତୀୟ ଉଦ୍ୟାନ ବର୍ତ୍ତମାନ ଗୁରୁତର ଖାଦ୍ୟ ସଂକଟ ଦେଇ ଗତିକରୁଛି । ବନ୍ୟା ପରେ ସମଗ୍ର ଜାତୀୟ ପାର୍କ ଜଳମଗ୍ନ ହୋଇଯାଇଛି । ସେଥିପାଇଁ ଏଠାରେ ଥିବା ବନ୍ୟଜନ୍ତୁ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି । ସେମାନେ ନିମ୍ନସ୍ଥାନରୁ ଉଚ୍ଚ ସ୍ଥାନକୁ ଚାଲିଯାଉଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ଗଣ୍ଡା, ହରିଣ ଓ ହାତୀ ଏପରି ଭାବେ ସ୍ଥାନାନ୍ତରିତ ହେଉଛନ୍ତି ।
ଖାଦ୍ୟ ସଂକଟରେ କାଜିରଙ୍ଗା ଜାତୀୟ ଉଦ୍ୟାନ - food crisis
କାଜିରଙ୍ଗା ଜାତୀୟ ଉଦ୍ୟାନ ବର୍ତ୍ତମାନ ଗୁରୁତର ଖାଦ୍ୟ ସଂକଟ ଦେଇ ଗତିକରୁଛି । ଏଠାରେ ଥିବା ବିଭିନ୍ନ ବନ୍ୟପ୍ରାଣୀ ଖାଦ୍ୟାଭାବରୁ ଜଙ୍ଗଲ ଛାଡି ଚାଲିଯାଇଥିବା କଥା ଜଙ୍ଗଲ ବିଭାଗ ସ୍ପଷ୍ଟ କରିଛି ।
ଫଟୋ ସୌଜନ୍ୟ : ଇଟିଭି ଭାରତ
ବନ୍ୟାଜଳ ସ୍ତର କମିବାପରେ 104ଟି ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ସେଥି ମଧ୍ୟରେ 11ଟି ଗଣ୍ଡା, 86ଟି ହରିଣ, 8ଟି ଘୁଷୁରୀ, 2ଟି ଝିଙ୍କ ଓ ଗୋଟିଏ ହାତୀ ଅଛନ୍ତି । ସେହିପରି 2ଟି ଗଣ୍ଡା ଓ ଗୋଟିଏ ହାତୀକୁ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର କରାଯାଇଛି । ବନ୍ୟପ୍ରାଣୀ ଖାଦ୍ୟାଭାବରୁ ଜଙ୍ଗଲ ଛାଡି ଚାଲିଯାଇଥିବା କଥା ଜଙ୍ଗଲ ବିଭାଗ ସ୍ପଷ୍ଟ କରିଛି । ସେମାନଙ୍କୁ ଅନୁସନ୍ଧାନ କରାଯାଉଥିବା ବିଭାଗ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ