ଓଡିଶା

odisha

By

Published : May 18, 2020, 8:50 AM IST

ETV Bharat / bharat

ଦଶନ୍ଧିର ବିରଳ ଦୃଶ୍ୟ, କାଠମାଣ୍ଡୁ ଉପତ୍ୟକାରୁ ଦିଶିଲା ମାଉଣ୍ଟ ଏଭରେଷ୍ଟ

କାଠମାଣ୍ଡୁ ଉପତ୍ୟକାରୁ ପ୍ରଥମ ଥର ମାଉଣ୍ଟ ଏଭରେଷ୍ଟ ପର୍ବତ ଦୃଶ୍ୟମାନ ହୋଇଛି । ବହୁ ବର୍ଷ ପରେ ଏହି ଘଟଣା ଓ ଫଟୋ ଭାଇରାଲ ପଛର ସମ୍ପୂର୍ଣ୍ଣ ଶ୍ରେୟ ଯାଉଛି ଲକଡାଉନକୁ। ଦୀର୍ଘଦିନର ତାଲାବନ୍ଦରେ ପରିବେଶ ପ୍ରଦୂଷଣ ମୁକ୍ତ ହେବା ସହ ଏହି ମନୋରମ ଦୃଶ୍ୟ ଲୋକାଲୋଚନକୁ ଆସିପାରିଛି।

ଦଶନ୍ଧିର ବିରଳ ଦୃଶ୍ୟ, କାଠମାଣ୍ଡୁ ଉପତ୍ୟକାରୁ ଦିଶିଲା ମାଉଣ୍ଟ ଏଭରେଷ୍ଟର
ଦଶନ୍ଧିର ବିରଳ ଦୃଶ୍ୟ, କାଠମାଣ୍ଡୁ ଉପତ୍ୟକାରୁ ଦିଶିଲା ମାଉଣ୍ଟ ଏଭରେଷ୍ଟର

ନୂଆଦିଲ୍ଲୀ: କୋଭିଡ୍ 19 ସମସ୍ତଙ୍କୁ ଏକାଠି କରିଦେଇଛି। ଦଶନ୍ଧି ଦଶନ୍ଧି ଧରି ଘଟୁନଥିବା ଘଟଣା ଓ ହୋଇପାରୁନଥିବା କାର୍ଯ୍ୟ ଆଶ୍ଚର୍ଯ୍ୟକର ଭାବେ ସଫଳ ହେଉଛି। ତେବେ ପୂର୍ବରୁ ପାପାନାଶୀନି ପବିତ୍ର ଗଙ୍ଗାଜଳ ସ୍ବଚ୍ଛ ଓ ଆବର୍ଜନା ମୁକ୍ତ ହୋଇଥିବା ବେଳେ ଏବେ ନେପାଳର କାଠମାଣ୍ଡୁ ଉପତ୍ୟକାରୁ ପ୍ରଥମ ଥର ମାଉଣ୍ଟ ଏଭରେଷ୍ଟ ପର୍ବତ ଦୃଶ୍ୟମାନ ହୋଇଛି ।

ବହୁ ବର୍ଷ ପରେ ଏହି ଘଟଣା ଓ ଫଟୋ ଭାଇରାଲ ପଛର ସମ୍ପୂର୍ଣ୍ଣ ଶ୍ରେୟ ଯାଉଛି ଲକଡାଉନକୁ। ଦୀର୍ଘଦିନର ତାଲାବନ୍ଦରେ ପରିବେଶ ପ୍ରଦୂଷଣ ମୁକ୍ତ ହେବା ସହ ଏହି ମନୋରମ ଦୃଶ୍ୟ ଲୋକାଲୋଚନକୁ ଆସିପାରିଛି।

ଦଶନ୍ଧିର ବିରଳ ଦୃଶ୍ୟ, କାଠମାଣ୍ଡୁ ଉପତ୍ୟକାରୁ ଦିଶିଲା ମାଉଣ୍ଟ ଏଭରେଷ୍ଟର

ଏହାପୂର୍ବରୁ ମେ ଏବଂ ଏପ୍ରିଲ ମାସରେ ବିହାରର ଏକ ଗାଁରୁ ଏମଟି ଏଭରେଷ୍ଟର ଚିତ୍ର ଦେଖାଯାଉଥିଲା, ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଅନେକ ପର୍ବତଶୃଙ୍ଖଳା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସୋସିଆଲ ମିଡିଆରେ ଛାଇ ଯାଇଥିବା ଏହି ବିରଳ ଫଟୋକୁ ଆଭୂଷଣ ଗୌତମ ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଉତ୍ତୋଳନ କରାଯାଇଥିବା ବେଳେ ନେପାଳୀ ଟାଇମ୍ସର ଟ୍ବିଟରରେ ସେୟାର କରାଯାଇଛି। ଏହାପରେ ଲାଇକ୍,ସେୟାର ଓ କମେଣ୍ଟରେ ସୁଅ ଛୁଟିଥିବା ବେଳେ ଜଣେ ୟୁର୍ଜସ କମେଣ୍ଟରେ ଲେଖିଛନ୍ତି "ପ୍ରକୃତି ସର୍ବଦା ନିଜକୁ ସୁସ୍ଥ କରେ" ଏବଂ "ପ୍ରକୃତି ଗ୍ରହଣ କରିବାକୁ ଦିଅ"।

ସୂଚନା ଥାଉକି, ଏମଟି ଏଭରେଷ୍ଟ ନେପାଳର କାଠମାଣ୍ଡୁରୁ 200 କିଲୋମିଟର ଦୂରରେ ଅବସ୍ଥିତ। ତଥାପି ଏହା ଦୃଶ୍ୟମାନ ହୋଇଥାଏ। ତେବେ ଏହି ସମୟ ଭିତରେ ଚୀନ ସରକାରଙ୍କ ସମର୍ଥିତ ଏକ ଟିମ ମାଉଣ୍ଟଏଭରେଷ୍ଟର ବର୍ତ୍ତମାନର ଉଚ୍ଚତା ମାପିବାକୁ ଯୋଜନା କରିଛନ୍ତି।

ABOUT THE AUTHOR

...view details