ଓଡିଶା

odisha

ETV Bharat / bharat

କାଶ୍ମୀରବାସୀଙ୍କୁ ଗୋଆରେ ସାହାଯ୍ୟ କରାଯିବ: ସତ୍ୟପାଲ ମଲିକ - ଲକଡାଉନ

ଦେଶବ୍ୟାପୀ ତାଲା ପକାଇବା ସମୟରେ ପ୍ରବାସୀ ଶ୍ରମିକମାନେ ସାରା ଦେଶରେ ଫସି ରହିଛନ୍ତି। ସରକାର ଏହି ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ ରାଜ୍ୟରେ ଫସି ରହିଥିବା କାଶ୍ମୀରବାସୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ। ଅଧିକ ପଢନ୍ତୁ...

Governor Malik
କାଶ୍ମୀରବାସୀଙ୍କୁ ଗୋଆରେ ସାହାଯ୍ୟ କରାଯିବ

By

Published : Apr 1, 2020, 4:03 PM IST

ପାଣାଜୀ: ଲକଡାଉନ ସମୟରେ କାଶ୍ମୀର ବ୍ୟବସାୟୀମାନେ ଟୁଇଟ୍ କରି ସାହାଯ୍ୟ ମାଗିଥିବାବେଳେ ସେମାନଙ୍କୁ ସାହାର୍ଯ୍ୟ କରାଯିବା ନେଇ କହିଛନ୍ତି ଗୋଆ ରାଜ୍ୟପାଳ ସତ୍ୟପାଲ ମଲିକ । ତେବେ ସାମ୍ବାଦିକ ମୁଫତି ଇସଲାହ ମାର୍ଚ୍ଚ 30ରେ ଗୋଆରେ କାଶ୍ମୀର ବ୍ୟବସାୟୀ ମୁବାଶିରଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଗୋଆରେ ଫସି ରହିଥିବା 800 କାଶ୍ମୀରବାସୀଙ୍କ ସହ ଜଡିତ। ଏହାପରେ ସତ୍ୟପାଲ ମଲିକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଗୋଆ ସରକାର ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ।

ରାଜ୍ୟପାଳ ସତ୍ୟପାଲ ମଲିକ ରିଟ୍ୱିଟ କରିଛନ୍ତି ଯେ, ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ସମ୍ପୃକ୍ତ ଅଧିକାରୀମାନେ ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଗୋଆରେ ଫଶି ରହିଥିବାରୁ ସେମାନଙ୍କ ପାଖରେ ଟଙ୍କା ନାହିଁ । କେତେକ ପରିବାରରେ ଖାଇବାକୁ ମଧ୍ୟ ନାହିଁ । ସେ ଚାହୁଁଛନ୍ତି ଯେ ସରକାର ତାଙ୍କୁ ତାଙ୍କ ଘରକୁ ପଠାନ୍ତୁ କିମ୍ବା କୌଣସି ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସାହାଯ୍ୟ କରନ୍ତୁ ।

ସୂଚନାଯୋଗ୍ୟ ଯେ ଗୋଆର ରାଜ୍ୟପାଳ ହେବା ପରେ ମଲିକ କହିଛନ୍ତି ଯେ, ସେ କାଶ୍ମୀରକୁ ନେଇ ଚିନ୍ତିତ ଅଛନ୍ତି। ସେ ଅନେକ ଥର କାଶ୍ମୀର ଉପରେ ଆଲୋଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details