ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀରରେ ଠିକ୍ ଭାବେ କାର୍ଯ୍ୟ କରୁନି CRPF: କାଶ୍ମୀର ପୋଲିସ ଆଇଜି - Kashmir police IG comment on CRPF

ଜାମ୍ମୁ କାଶ୍ମୀର ପୋଲିସର ଆଇଜି ବିଜୟ କୁମାରଙ୍କ ବିବୃତ୍ତି ଦେଶର ସୁରକ୍ଷା କରିଡର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାଶ୍ମୀରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ଭୂମିକା ସମ୍ପର୍କରେ ବିଜୟ କୁମାର ଏହି ବିବୃତ୍ତି ଦେଇଛନ୍ତି।

Kashmir police IG
କାଶ୍ମୀର ପୋଲିସ ଆଇଜି

By

Published : May 9, 2020, 6:31 PM IST

ଜାମ୍ମୁ: ଜାମ୍ମୁ କାଶ୍ମୀର ପୋଲିସର ଆଇଜି ବିଜୟ କୁମାରଙ୍କ ବୟାନ ଦେଶର ସୁରକ୍ଷା କରିଡର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାଶ୍ମୀରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ଭୂମିକା ସମ୍ପର୍କରେ ବିଜୟ କୁମାର ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ CRPF ଏହାର କାର୍ଯ୍ୟ ଠିକ୍ ଭାବରେ କରୁନାହିଁ। ସମସ୍ତ ଗୁପ୍ତ ତଥ୍ୟ ଜାମ୍ମୁ କାଶ୍ମୀର ପୋଲିସ ଦ୍ବାରା ସଂଗୃହିତ ହୋଇଥାଏ ଏବଂ ଅପରେସନ୍ ଆର୍ମିର ରାଷ୍ଟ୍ରିୟ ରାଇଫଲ୍ସ ଦ୍ବାରା ପରିଚାଳିତ, CRPF କେବଳ ନାମକୁ ମାତ୍ର ବୋଲି ସେ କହିଛନ୍ତି । କାଶ୍ମୀରରେ କାର୍ଯ୍ୟ କରୁଥିବା ଆଇଜି ବିଜୟ କୁମାରଙ୍କ ଏହି ବିବୃତ୍ତି ଏଜେନ୍ସି ଗୁଡିକ ମଧ୍ୟରେ ବିଶ୍ବାସ ଏବଂ ସମନ୍ବୟର ଅଭାବକୁ ସୂଚିତ କରୁଛି ।

ପ୍ରକାଶଥାଉକି, ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ CRPF ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କେନ୍ଦ୍ର ଶାସିତ ଅଞ୍ଚଳରେ ଆଇନ ଶୃଙ୍ଖଳା କାର୍ଯ୍ୟକାରୀ କରିବାରେ CRPF ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆଇଜି କାଶ୍ମୀର ପୋଲିସର ବିବୃତ୍ତିକୁ ବିରୋଧ କରି CRPF ଏକ ଆଭ୍ୟନ୍ତରୀଣ ନୋଟ ଜାରି କରି ଏହି ପ୍ରସଙ୍ଗରେ ସରକାରଙ୍କଠାରୁ ଉଚ୍ଚ ସ୍ତରର ହସ୍ତକ୍ଷେପ ଦାବି କରିଛି।

ସୁରକ୍ଷା ବାହିନୀର ମିଳିତ ବୈଠକରେ ଆଇଜି କାଶ୍ମୀର ପୋଲିସ ବିଜୟ କୁମାର ଏହି ବୟାନ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ବ୍ୟତୀତ CRPF ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। CRPF ଏହାର ଆଭ୍ୟନ୍ତରୀଣ ନୋଟରେ କହିଛି ଯେ ଯେତେବେଳେ କାଶ୍ମୀର ଆଇଜି ଏହି ବୟାନ ଦେଇଥିଲେ ସେତେବେଳେ କୌଣସି ଅସୁବିଧା ନହେଉ ତେଣୁ CRPF ଅଧିକାରୀମାନେ କୌଣସି ବୟାନ ଦେଇନାହାଁନ୍ତି । ସୂତ୍ରରୁ ପ୍ରକାଶ ଯେ CRPF ର ବରିଷ୍ଠ ଅଧିକାରୀମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି ଓ ଏହାକୁ ଭୁଲ ବୋଲି କହିଛନ୍ତି ।

ଏହି ସମୟରେ ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ଶୁକ୍ରବାର ଏକ ଟ୍ବିଟରେ CRPF କୁ ପ୍ରଶଂସା କରିଛନ୍ତି। ଡିଜିପି CRPF କୁ ପ୍ରଶଂସା କରି କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଏବଂ CI ଗ୍ରୀଡ୍ ବଜାୟ ରଖିବାରେ CRPF ର ଭୂମିକା ପ୍ରଶଂସନୀୟ।

ABOUT THE AUTHOR

...view details