ୱାଶିଂଟନ: କାଶ୍ମୀରକୁ ନେଇ ଭାରତ- ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । ଯେଉଁ ବିବାଦ ଥମିବାର ନାଁ ଧରୁନି । ଏମଧ୍ୟରେ କାଶ୍ମୀରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ କହିଛନ୍ତି, ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜେନେରାଲ ମୁଶାରଫ ଶାସନ ସମୟରେ କାଶ୍ମୀର ବିବାଦ ସମାଧାନ ପାଇଁ ଆଗଭର ଥିଲେ । ସମସ୍ୟା ସମାଧାନ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ ।
‘ବାଜପେୟୀଙ୍କ ସମୟରେ ହୋଇପାରିଥାନ୍ତା କାଶ୍ମୀର ସମାଧାନ’ - pak pm imran khan
କାଶ୍ମୀର ସମସ୍ୟା ସମାଧାନ ଉପରେ ମୁହଁ ଖୋଲିଛନ୍ତି ପାକ୍ ପିଏମ ଇମ୍ରାନ ଖାନ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜେନେରାଲ ମୁଶାରଫ ଶାସନ ସମୟରେ କାଶ୍ମୀର ସମସ୍ୟା ସମାଧାନ ହୋଇପାରିଥାନ୍ତା ବୋଲି ସେ କହିଛନ୍ତି ।
ଆମେରିକା କଂଗ୍ରେସ ତରଫରୁ ୟୁଏସ ଇନଷ୍ଟିଚ୍ୟୁଟ ଅଫ ପିସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଶଂଗ୍ରହଣ କରିବା ଅବସରରେ ଏହି କଥା କହିଛନ୍ତି ଇମ୍ରାନ । ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତାର ମୁଖ୍ୟ କାରଣ କାଶ୍ମୀର । ତେଣୁ କାଶ୍ମୀର ପ୍ରସଙ୍ଗ ସମ୍ବେଦନଶୀଳ ହୋଇଥିବାରୁ ଏ ବିଷୟରେ ବିସ୍ତୁତ ଭାବରେ କହିବାକୁ ମନା କରିଛନ୍ତି ।
ଏହାସହ ସେ ଆହୁରି କହିଛନ୍ତି, ପାକିସ୍ତାନର ପ୍ରଥମ ପ୍ରାଥମିକତା ହେଉଛି ଦେଶରୁ ଭ୍ରଷ୍ଟାଚାର କମାଇବା । ଏହା ବ୍ୟତୀତ ପଡୋଶୀ ରାଷ୍ଟ୍ର ସହ ସୁସମ୍ପର୍କ ସ୍ଥାପନ କରିବା । ତେଣୁ ଆସନ ଭାର ଗ୍ରହଣ କରିବା ପରେ ଭାରତ ସହ ସୁସମ୍ପର୍କ ଗଠନ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ର୍ଦୁଭାଗ୍ୟର ବିଷୟ କାଶ୍ମୀର କାରଣରୁ ଉଭୟ ଦେଶ ମଧ୍ୟରେ ସର୍ବଦା ତିକ୍ତତା ଲାଗି ରହିଛି ।