ଓଡିଶା

odisha

ETV Bharat / bharat

କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା: ଋଷ ରାଷ୍ଟ୍ରଦୂତ - russian ambassador on kashmir issue

କାଶ୍ମୀରକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଋଷ ରାଜଦୂତ ନିକୋଲେ କୁଦାଶେବ । ଏହା ସହିତ ଋଷ ପାଇଁ ଏହା ଏକ ପ୍ରସଙ୍ଗ ନୁହେଁ ବୋଲି ସେ କହିଛନ୍ତି ।

russian ambassador on kashmir issue
ଋଷ ରାଷ୍ଟ୍ରଦୂତ

By

Published : Jan 17, 2020, 9:25 PM IST

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପୁଣିଥରେ ଭାରତକୁ ସମର୍ଥନ ଜଣାଇଛି ଋଷ । କାଶ୍ମୀରକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଋଷ ରାଜଦୂତ ନିକୋଲେ କୁଦାଶେବ । ଏହା ସହିତ ଋଷ ପାଇଁ ଏହା ଏକ ପ୍ରସଙ୍ଗ ନୁହେଁ ବୋଲି ସେ କହିଛନ୍ତି ।

କାଶ୍ମୀର ଯାଇଥିବା ବିଦେଶୀ ପ୍ରତିନିଧିଙ୍କ ବାବଦରେ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କୁଦାଶେବ କହିଛନ୍ତି, ମୁଁ କାଶ୍ମୀର ଯାତ୍ରା ନ କରିବାର କୌଣସି ସ୍ବତନ୍ତ୍ର କାରଣ ନାହିଁ। ଏହା ଭାରତର ଆଭ୍ୟନ୍ତରୀଣ ମାମଲା। ଭାରତର ନୀତିକୁ ନେଇ ଯିଏ ସନ୍ଦେହ କରୁଛି, ସେମାନେ ନିଜେ କାଶ୍ମୀର ଯାଆନ୍ତୁ ବୋଲି ସେ କହିଛନ୍ତି ।

ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇବାର ଚୀନର ପ୍ରୟାସ ବାବଦରେ ସେ କହିଛନ୍ତି, ଆମେ କେବେ ବି ଏହି ପ୍ରସଙ୍ଗକୁ ମିଳିତ ଜାତିସଂଘ ନେଇଯିବା ପକ୍ଷରେ ନାହୁଁ । ଏହା ସଂପୂର୍ଣ୍ଣ ଭାବେ ଏକ ଦ୍ଵିପାକ୍ଷିକ ପ୍ରସଙ୍ଗ। କାଶ୍ମୀର ଉପରେ ଆଲୋଚନା ପାଇଁ ମିଳିତ ଜାତିସଂଘରେ ମଧ୍ୟ ସର୍ବସମ୍ମତି ନାହିଁ।

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରଦୂତ କେନେଥ ଜଷ୍ଟରଙ୍କ ସମେତ 15ଟି ଦେଶର ରାଷ୍ଟ୍ରଦୂତ ଗତ ସପ୍ତାହରେ ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିଲେ । ଗତ ବର୍ଷ ଧାରା 370 ଉଚ୍ଛେଦ ପରେ କୌଣସି ବିଦେଶୀ ରାଷ୍ଟ୍ରଦୂତଙ୍କ ଏହା ପ୍ରଥମ ଗସ୍ତ ଥିଲା । ସମସ୍ତ ରାଷ୍ଟ୍ରଦୂତ କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ତେବେ ଏହି ରାଷ୍ଟ୍ରଦୂତଙ୍କ ମଧ୍ୟରେ ଋଷ ରାଷ୍ଟ୍ରଦୂତ ସାମିଲ ନଥିଲେ ।

ABOUT THE AUTHOR

...view details