ଶ୍ରୀନଗର: ତିନି ଭାରତୀୟଙ୍କୁ ଫଟୋଗ୍ରାଫିରେ ସମ୍ମାଜନକ ପୁଲିଜରର ପୁରସ୍କାର ପରେ ଏହାକୁ ନେଇ ପୁରସ୍କାର ଚୟନ ଉପରେ ପ୍ରଶ୍ନ ଉଠିବା ସହ ସମାଲୋଚାନା ଜାରି ରହିଛି । ଏବେ ଜମ୍ମୁ-କାଶ୍ମୀରେ ନିୟୋଜିତ ପୋଲିସ ଅଫିସରଙ୍କ ଟ୍ବିଟ କରି ପୁରସ୍କାର ପ୍ରକ୍ରିୟା ଓ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଜମ୍ମୁ-କାଶ୍ମୀରରେ ଏସଏସପି ସୁରକ୍ଷା କର୍ମୀ ଇମତିଆଜ ହୁସେନ୍ ମିର 2017 ରେ କାଶ୍ମୀରରେ ସହିଦ ହୋଇଥିବା ଜଣେ ପୋଲିସ କର୍ମଚାରୀଙ୍କ ଝିଅର ହୃଦୟ ବିଦାରକ ଚିତ୍ର ଟ୍ବିଟ୍ କରି ପୁଲିଜର ଲବିକୁ ଟାର୍ଗେଟ କରିଛନ୍ତି ।
ଟ୍ବିଟ କରାଯାଇଥିବା ଫଟୋରେ 2017 ରେ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପିତାଙ୍କ ଦୁଃଖରେ ଛୋଟ ଝିଅ ଟି ଆଖିରୁ ଧାର ଧାର ଲୁହ ବୋହିଯାଉଥିବା ଦେଖାଯାଉଛି । ଏହି ଚିତ୍ର ମାନବିକତାର ବିବେକର ଶିକାର ହୋଇଥିବେ ଦେଖାଉଛି । 2017 ରେ କାଶ୍ମୀରରେ ଶହୀଦ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କ ଝିଅର ଫଟୋ | ଏହି ଫଟୋ ପାଇଁ କୌଣସି ପୁରସ୍କାର ଅଛି କି ନାହିଁ ବୋଲି ଇମତିଆଜ ହୁସେନ୍ ଟ୍ବିଟ୍ କରିଛନ୍ତି।