ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡର ବାଇକ, ନୋଏଡ଼ାରୁ କଟିଲା ଚାଲାଣ

ନୂଆ ମୋଟର ଯାନ ଆଇନ ଆସିବା ପରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି ପୋଲିସ । ତେବେ ଏହି ଯାଞ୍ଚ ସମୟରେ ଅନେକ ଅଜବ ଧରଣର ଘଟଣାମାନ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର କାଶିପୁର ଅଞ୍ଚଳର ଜଣେ ବାଇକ ଆରୋହୀଙ୍କ ନାଁରେ ନୋଏଡ଼ା ପୋଲିସ ଚାଲାଣ କାଟିଛି ।

By

Published : Sep 24, 2019, 4:17 PM IST

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଚଳିତ ମାସ 1 ତାରିଖରୁ ସମଗ୍ର ଦେଶରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଏନେଇ ଦେଶରେ ଅଧିକାଂଶ ସ୍ଥାନରେ ଗାଡ଼ି ଯାଞ୍ଚ ନେଇ ଧରପଗଡ଼ ହୋଇଥିଲା । ଗାଡ଼ି ଯାଞ୍ଚ ପରେ ଅଜବ ଘଟଣାମାନ ଦେଖିବାକୁ ମିଳିଥିଲା । ତେବେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର କାଶିପୁର ଅଞ୍ଚଳରେ ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ କାଶିପୁର ନିକଟ ଅଜିତପୁରର ଦଭୋରା ମୁସ୍ତକାମର ବାସିନ୍ଦା ହରଦେବ ସିଂଙ୍କର ଏକ ଦୁଇ ଚକିଆ ଗାଡ଼ିନିର୍ମାତା ହୋଣ୍ଡାର ଏକ ବାଇକ ଅଛି । ତାଙ୍କ ଗାଡ଼ିର ନମ୍ବର ହେଉଛି UK 18E 6061 । ତେବେ ଏହି ଗାଡ଼ି ନମ୍ବରରେ ଏକ ଚାଲାଣ ନିକଟରେ ତାଙ୍କ ନିକଟକୁ ଆସିଛି । ଚାଲାଣଟି ନୋଏଡ଼ାରୁ କଟା ହୋଇଥିବା ଜଣାପଡ଼ିଛି ।

ଚାଲାଣରେ ଉଲ୍ଲେଖ ଅଛି ଯେ, ଚଳିତ ମାସ 28 ତାରିଖରେ UK 18E 6061 ନମ୍ବର ବିଶିଷ୍ଟ ସ୍କୁଟି ଗାଡ଼ିଟି ଗୌତମବୁଦ୍ଧ ଅଞ୍ଚଳରେ ଯିବାର ଦେଖିବାକୁ ମିଳିଥିଲା । ମାତ୍ର ଗାଡ଼ିର ଚାଳକ ହେଲମେଟ ପିନ୍ଧି ନଥିବା ସିସିଟିଭିରେ କଏଦ ହୋଇଛି । ଏଥିପାଇଁ ତାଙ୍କୁ 600 ଟଙ୍କା ଅନଲାଇନ ମାଧ୍ୟମରେ ଦାଖଲ କରିବାକୁ ହେବ ।

ତେବେ ଏହାକୁ ନେଇ ହରଦେବ ପୋଲିସର ଦୃଷ୍ଟିକୁ ଆଣିଥିଲେ । ଏନେଇ ଖବର ପାଇବା ପରେ ପୋଲିସ ତର୍ଜମା କରିଥିଲା ଏବଂ ଉକ୍ତ ଇ-ଚାଲାଣଟିକୁ ନୋଏଡ଼ା ପଠାଇ ଦେଇଥିଲା । ସେପଟେ ଏହି ଚାଲାଣ ସମ୍ପର୍କରେ ଜାଣିବା ପରେ ଗାଡ଼ି ମାଲିକ ହରଦେବ ସମ୍ପୂର୍ଣ୍ଣ ଭାବେ ଚକିତ ହୋଇଯାଇଥିଲେ । ତାଙ୍କ କହିବା ମୁତାବକ ତାଙ୍କର ହୋଣ୍ଡାର ବାଇକ ରହିଥିବା ବେଳେ ଚାଲାଣ ଏକ ସ୍କୁଟି ଉପରେ କଟା ଯାଇଥିଲା । ଏହା ସହିତ ତାଙ୍କ ଗାଡ଼ିର ନମ୍ବର ଉତ୍ତରାଖଣ୍ଡରେ ହୋଇଥିବା ବେଳେ ନୋଏଡ଼ା ପୋଲିସ ଏହି ଚାଲାଣ ରୁଜୁ କରିଥିଲା ବୋଲି ସେ କହିଥିଲେ ।

ABOUT THE AUTHOR

...view details