ଓଡିଶା

odisha

ETV Bharat / bharat

ନିର୍ଦ୍ଧାରିତ ସମୟରେ ଖୋଲିଲାନି କାଶୀ ବିଶ୍ବନାଥ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ବାବା କାଶୀ ବିଶ୍ବନାଥଙ୍କ ଦର୍ଶନ ପାଇଁ ମଙ୍ଗଳବାର ସକାଳୁ ଭକ୍ତଙ୍କ ଭିଡ ଜମିଥିଲା । ହେଲେ ନିର୍ଦ୍ଧାରିତ ସମୟ ପରେ ବି ମନ୍ଦିରର ଦ୍ବାର ଖୋଲି ନଥିଲା । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

kashi vishwanath temple
ବିଶ୍ବନାଥଙ୍କ ଦର୍ଶନ ପାଇଁ ଧାଡିରେ ଶ୍ରଦ୍ଧାଳୁ

By

Published : Jun 9, 2020, 9:04 AM IST

ବାରଣାସୀ: ବିଳମ୍ବରେ କାଶୀ ବିଶ୍ବନାଥଙ୍କ ମନ୍ଦିର ଫାଟକ ଖୋଲିବା ନେଇ ଶ୍ରଦ୍ଧାଳୁଙ୍କ ଠାରେ ତୀବ୍ର ଅସନ୍ତୋଷ । ଦେଶରେ ଅନେକ ସ୍ଥାନରେ ଅନଲକ-1 ପର୍ଯ୍ୟାୟରେ ଜୁନ 8ରୁ କିଛି ଧାର୍ମିକସ୍ଥଳୀ ଖୋଲିଛି । ଯାହାକୁ ନେଇ ଗତକାଲି(ସୋମବାର) ଅନେକ ଧାର୍ମିସ୍ଥଳୀରେ ଭକ୍ତମାନେ ଦର୍ଶନ ପାଇଁ ପହଞ୍ଚିଥିଲେ । ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରଖି ମନ୍ଦିରରେ ପ୍ରବେଶ ସହ ପୂଜାପାଠ ହୋଇଥିଲା । ସେହିକ୍ରମରେ ମଙ୍ଗଳବାର ବାରଣାସୀର ଶ୍ରୀ କାଶୀ ବିଶ୍ବନାଥ ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତି ହୋଇଥିଲା ।

ବାବା କାଶୀ ବିଶ୍ବନାଥଙ୍କ ଦର୍ଶନ ପାଇଁ ମଙ୍ଗଳବାର ସକାଳୁ ଭକ୍ତଙ୍କ ଭିଡ ଜମିଥିଲା । ହେଲେ ନିର୍ଦ୍ଧାରିତ ସମୟ ପରେ ବି ମନ୍ଦିରର ଦ୍ବାର ଖୋଲି ନଥିଲା । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳ ଆରତୀ ସରିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଗେଟ-4 ଦେଇ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ମାତ୍ର ନିର୍ଦ୍ଧାରିତ ସମୟରେ ଦ୍ବାର ନ ଫିଟିବାରୁ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି ।

ତେବେ କାଶୀ ବିଶ୍ବନାଥ ମନ୍ଦିରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ କହିବାନୁସାରେ, ମଙ୍ଗଳବାର ମନ୍ଦିର ଖୋଲିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ଏଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ସବୁ ବ୍ୟବସ୍ଥା ହୋଇଛି । ମନ୍ଦିରର ସବୁ ପ୍ରବେଶ ଦ୍ବାରରେ ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର ମେସିନ ଲଗା ଯାଇଛି । ଯାହାଦ୍ବାରା ଭକ୍ତ ଓ ଶ୍ରଦ୍ଧାଳୁମାନେ ମନ୍ଦିର ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ କରି ପାରିବେ । ଏହାସହ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପାଖାପାଖି 2ମିଟର ଦୂରତା ରଖାଯିବ । ଜଣେ ଶ୍ରଦ୍ଧାଳୁ ଦର୍ଶନ ସାରିବା ପରେ ପଛ ଧାଡିରେ ଥିବା ଅନ୍ୟ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ଜଣାପଡିଛି ।

ABOUT THE AUTHOR

...view details