ଓଡିଶା

odisha

ETV Bharat / bharat

ଶ୍ରାବଣ ଦ୍ବିତୀୟ ସୋମବାର: 55ଘଣ୍ଟାର କଟକଣା ପରେ ଖୋଲିଲା କାଶୀ ବିଶ୍ବନାଥ ମନ୍ଦିର ଦ୍ବାର

ଶ୍ରାବଣମାସ 2ୟ ସୋମବାର ଉପଲକ୍ଷେ ଭକ୍ତଙ୍କ ପାଇଁ ସକାଳ 5ଟାରୁ କାଶୀ ବିଶ୍ବନାଥ ମନ୍ଦିରର ଦ୍ବାର ଖୋଲାଯାଇଛି । କୋରୋନା ସଂକ୍ରମଣକୁ ଦେଖି 55ଘଣ୍ଟା ପାଇଁ ଭକ୍ତଙ୍କ ଦର୍ଶନରେ ଲାଗିଥିଲା କଟକଣା ।

ଶ୍ରାବଣ ମାସ 2ୟ ସୋମବାର: 55ଘଣ୍ଟାର କଟକଣା ପରେ ଭକ୍ତଙ୍କ ପାଇଁ ଖୋଲିଲା କାଶୀ ବିଶ୍ବନାଥ ମନ୍ଦିରର ଦ୍ବାର
ଶ୍ରାବଣ ମାସ 2ୟ ସୋମବାର: 55ଘଣ୍ଟାର କଟକଣା ପରେ ଭକ୍ତଙ୍କ ପାଇଁ ଖୋଲିଲା କାଶୀ ବିଶ୍ବନାଥ ମନ୍ଦିରର ଦ୍ବାର

By

Published : Jul 13, 2020, 7:19 AM IST

ଲକ୍ଷ୍ନୌ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଏଥିଲାଗି ଭକ୍ତଙ୍କ ପାଇଁ ସୋମବାର ସକାଳ 5ଟାରୁ କାଶୀ ବିଶ୍ବନାଥ ମନ୍ଦିରର ଦ୍ବାର ଖୋଲି ଦିଆଯାଇଛି । କୋରୋନା ସଂକ୍ରମଣକୁ ଦେଖି 55ଘଣ୍ଟା ପାଇଁ ବାବା ବିଶ୍ବନାଥ ମନ୍ଦିରରେ ସାଧାରଣ ଭକ୍ତଙ୍କ ପ୍ରବେଶରେ ପ୍ରତିବନ୍ଧକ ଲାଗିଥିଲା । ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ ଏହି କାଶୀ ବିଶ୍ବନାଥ ଜ୍ୟୋତିର୍ଲିଙ୍ଗ ବାରଣାସୀର ଗଙ୍ଗା ନଦୀ କୂଳରେ ରହିଛି ।

ସୂଚନାଥାଉକି ସରକାରଙ୍କ ନୂତନ ଆଦେଶ ଅନୁସାରେ ବାବା କାଶୀ ବିଶ୍ବନାଥ ମନ୍ଦିରରେ ଭକ୍ତମାନେ ବାବାଙ୍କ ଦର୍ଶନ କରି ପାରିବେ ।

ମନ୍ଦିର ପ୍ରଶାସନ ମୁତାବକ, ଶ୍ରୀ କାଶୀ ବିଶ୍ବନାଥ ମନ୍ଦିର ସୋମବାର ସକାଳ 5ଟାରୁ ଶୁକ୍ରବାର ରାତି 10ଟା ଯାଏଁ ଖୋଲା ରହିବ । ଲକଡାଉନ ନିର୍ଦ୍ଦେଶାନୁସାରେ ଶୁକ୍ରବାର ରାତି 10ଟାରୁ ରବିବାର ଯାଏଁ ମନ୍ଦିରରେ ଭକ୍ତମାନଙ୍କୁ ପ୍ରବେଶ ମନା । ତେବେ ଏହି ବ୍ୟବସ୍ଥା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details