ଓଡିଶା

odisha

ETV Bharat / bharat

ଆସନ୍ତା 29ରେ ଖୋଲିବ କରତାରପୁର କରିଡର - ଖୋଲିବ କରତାରପୁର କରିଡର

ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କ ପାଇଁ ପୁଣିଥରେ ଖୋଲିବ କରତାରପୁର କରିଡର । ମହାରାଜ ରଣଜୀତ ସିଂହଙ୍କ ପୁଣ୍ୟତିଥିକୁ ଦୃଷ୍ଟିରେ ରଖି ଏହାକୁ ପୁଣିଥରେ ଖୋଲିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ ।

କରତାରପୁର କରିଡର
କରତାରପୁର କରିଡର

By

Published : Jun 27, 2020, 12:12 PM IST

Updated : Jun 27, 2020, 1:10 PM IST

ଇସଲାମାବାଦ: ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କ ପାଇଁ ପୁଣିଥରେ ଖୋଲିବ କରତାରପୁର କରିଡର । କୋରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ବିଶ୍ବର ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରି ଦିଆଯାଇଥିଲା । ତେବେ ମହାରାଜ ରଣଜୀତ ସିଂହଙ୍କ ପୁଣ୍ୟତିଥିକୁ ଦୃଷ୍ଟିରେ ରଖି ଏହାକୁ ପୁଣିଥରେ ଖୋଲିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ ।

ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶି ଶନିବାର ଟ୍ବିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, 'ବିଶ୍ବର ସମସ୍ତ ଧାର୍ମିକ ସ୍ଥଳ ଧୀରେ ଧୀରେ ଖୋଲାଯାଉଛି । ତେଣୁ ପାକିସ୍ତାନ ମଧ୍ୟ ସମସ୍ତ ଶିଖ ତୀର୍ଥଯାତ୍ରୀଙ୍କ ପାଇଁ କରତାରପୁର ସାହିବ କରିଡରକୁ ପୁଣିଥରେ ଖୋଲିବାକୁ ପ୍ରସ୍ତୁତି କରୁଛି । ଜୁନ 29, 2020ରେ ମହାରାଜ ରଣଜୀତ ସିଂହଙ୍କ ପୁଣ୍ୟତିଥି ଅବସରରେ କରିଡରକୁ ପୁଣିଥରେ ଖୋଲିବାକୁ ଚାହୁଁଛୁ । ଏନେଇ ଭାରତୀୟ ପକ୍ଷକୁ ଆମେ ନିଜ ତତ୍ପରତା ସମ୍ପର୍କରେ ଅବଗତ କରାଉଛୁ । '

ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର 9 ତାରିଖରେ ପାକିସ୍ତାନ କରତାରପୁର କରିଡର ଉଦଘାଟନ କରିଥିଲା। ଏହା ପଞ୍ଜାବସ୍ଥିତ ଡେରାବାବା ନାନନକଙ୍କ କରତାରପୁରସ୍ଥିତ ଦରବାର ସହିବ ସହ ଜଡିତ । ଦୀର୍ଘ ସମୟରେ ଶିଖ ସମ୍ପ୍ରଦାୟ କରତାରପୁର କରିଡର ପାଇଁ ଦାବି କରି ଆସୁଥିଲେ । ତେବେ ଶିଖ ଧର୍ମର ସଂସ୍ଥାପକ ଗୁରୁ ନାନକ 1522 ମସିହାରେ କରତାରପୁର ଆସିଥିଲେ ବୋଲି ମାନ୍ୟତା ରହିଛି । ସେ ନିଜ ଜୀବନର ଶେଷ 18 ବର୍ଷ ଏଠାରେ ଅତିବାହିତ କରିଥିଲେ । ତେବେ କରତାରପୁରର ଯେଉଁ ସ୍ଥାନରେ ନାନକ ଦେବ ଦେହତ୍ୟାଗ କରିଥିଲେ, ସେଠାରେ ଗୁରୁଦ୍ବାରା ନିର୍ମାଣ ହୋଇଥିବା ମାନ୍ୟତା ରହିଛି । ତେଣୁ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଏହି କରିଡର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

Last Updated : Jun 27, 2020, 1:10 PM IST

ABOUT THE AUTHOR

...view details