ନୂଆଦିଲ୍ଲୀ: କରତାରପୁର କରିଡରକୁ ନେଇ ପୁଣିଥରେ ନିଜ ଆଭିମୁଖ୍ୟ ବଦଳାଇଛି ପାକିସ୍ତାନ । ଶନିବାର ହେବାକୁ ଥିବା କରିଡରର ଉଦଘାଟନୀ ସମାରୋହ ଏବଂ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀରେ ଆସିବାକୁ ଥିବା ଶିଖ ଶ୍ରଦ୍ଧାଳୁଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କିନ୍ତୁ ଆଜି ପୁଣିଥରେ ନିଜ ପ୍ରତିଶୃତିରୁ ଓହରି ଯାଇ ଉଦଘାଟନ ଦିନରୁ ହିଁ ମସ୍ତ ଭାରତୀୟ ଶ୍ରଦ୍ଧାଳୁଙ୍କଠାରୁ ୨୦ ଡଲାର ଅର୍ଥ ଆଦାୟ କରାଯିବ ବୋଲି କହିଛି ପାକିସ୍ତାନ ।
କରତାରପୁର କରିଡର ଉଦଘାଟନ ଦିନରୁ ଶୁଳ୍କ ଆଦାୟ କରିବ ପାକିସ୍ତାନ - କରତାରପୁର କରିଡର ପାଇଁ ଶୁଳ୍କ ଆଦାୟ କରିବ ପାକ୍
କରତାରପୁର କରିଡରର ଉଦଘାଟନୀ ସମାରୋହ ଦିନରୁ ହିଁ ସମସ୍ତ ଭାରତୀୟ ଶ୍ରଦ୍ଧାଳୁଙ୍କଠାରୁ ୨୦ ଡଲାର (1425 ଟଙ୍କା) ଅର୍ଥ ଆଦାୟ କରିବ ବୋଲି କହିଛି ପାକିସ୍ତାନ ।
ଫାଇଲ ଫଟୋ
ଏହା ପୂର୍ବରୁ ନଭେମ୍ବର 7ରେ ପାସପୋର୍ଟର ଆବଶ୍ୟକତାକୁ ନେଇ ମଧ୍ୟ ନିଜ କଥାରୁ ଓହରି ଯାଇଥିଲା ପାକିସ୍ତାନ । ଭାରତୀୟ ଶ୍ରଦ୍ଧାଳୁଙ୍କ ଲାଗି ପାସପୋର୍ଟ ଆବଶ୍ୟକ ନୁହେଁ ବୋଲି ପ୍ରଥମେ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ।
କିନ୍ତୁ ପାକିସ୍ତାନ ସେନା ପାସପୋର୍ଟର ଆବଶ୍ୟକତାକୁ ନେଇ କହିଥିଲା, ଆମେ ସୁରକ୍ଷା କାରଣରୁ ପାସପୋର୍ଟରେ ରିହାତି ଦେଇ ପାରିବୁ ନାହିଁ । ନିଜର ସାର୍ବଭୌମତା ଓ ସୁରକ୍ଷା ସହିତ ଆମେ ସାଲିସ୍ କରି ପାରିବୁ ନାହିଁ ବୋଲି ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର କହିଥିଲେ ।