ଓଡିଶା

odisha

ETV Bharat / bharat

କରତାରପୁର କରିଡର: ସେବା ଶୁଳ୍କ ନେଇ ପାକିସ୍ତାନକୁ ଭାରତର ଟାର୍ଗେଟ - ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର

କରତାରପୁର କରିଡର ଆଢୁଆଳରେ ପାକିସ୍ତାନ ଭାରି ମାତ୍ରାରେ ସେବା ଶୁଳ୍କ ଶ୍ରଦ୍ଧାଳୁଙ୍କ ଠାରୁ ଆଦାୟ କରି ଲାଭଭାନ ହେବା ପାଇଁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର। ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Oct 18, 2019, 3:56 AM IST

ନୂଆଦିଲ୍ଲୀ: କରତାରପୁର କରିଡର ମାମଲାରେ ଗୁରୁବାର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ବଡ ବୟାନ ଦେଇଛନ୍ତି । କରତାରପୁର କରିଡର ଆଢୁଆଳରେ ପାକିସ୍ତାନ ଭାରି ମାତ୍ରାରେ ସେବାଶୁଳ୍କ ଶ୍ରଦ୍ଧାଳୁଙ୍କ ଠାରୁ ଆଦାୟ କରି ଲାଭଭାନ ହେବା ପାଇଁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

କରତାରପୁର କରିଡର ନେଇ ଭାରତ-ପାକ ମଧ୍ୟରେ ଅନେକ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି । ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ସେବା ଶୁଳ୍କ ଆଦାୟ ନେଇ ପାକିସ୍ତାନ ଜୋର ଦେବା କାରଣ ଯୋଗୁଁ ଏପର୍ଯ୍ୟନ୍ତ ଏହି କରତାରପୁର କରିଡର ବୁଝାମଣାକୁ ଅନ୍ତିମ ରୂପ ଦିଆଯାଇନଥିବା ସେ କହିଛନ୍ତି । ସେବା ଶୁଳ୍କ ବ୍ୟତିତ ଭାରତ ଅନ୍ୟ ସମସ୍ତ ମୁଦ୍ଦାରେ ଚୁକ୍ତି ସ୍ବାକ୍ଷରିତ କରିବା ପାଇଁ ରାଜି ଥିବା କହିଛନ୍ତି ରବୀଶ କୁମାର ।

ରବୀଶ କୁମାର ଆହୁରି କହିଛନ୍ତି ଯେ, ପାକିସ୍ତାନ ସମସ୍ତ ଶ୍ରଦ୍ଧାଳୁଙ୍କ ଠାରୁ 20 ଡଲାର, ଭାରତୀୟ ମୁଦ୍ରାରେ 1420 ଟଙ୍କା ସେବା ଶୁଳ୍କ ଲାଗୁ କରିବା ପାଇଁ ଜୋର ଦେଉଛି । ପାକିସ୍ତାନ ଭକ୍ତଙ୍କ ହିତରେ ଭାରତ ଏହି ପ୍ରସ୍ତାବ ପ୍ରତି ଅନାଗ୍ରହ ପ୍ରକାଶ କରିଛି । ଏହି କରିଡର ଏକ P2P ପଦକ୍ଷେପ । ଏହାସହ ଭାରତ ଏହି ମହାନ ଆୟୋଜନ ପାଇଁ ସଠିକ ସମୟରେ ଚୁକ୍ତି ସମାପନ ଓ ହସ୍ତାକ୍ଷର କରାଯିବା ନେଇ ଆଶାବ୍ୟକ୍ତ କରିଥିବା କଥା ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେରା ବାବା ନାନକସ୍ଥିତ ଦରବାର ସାହିବ ଗୁରୁଦ୍ବାରକୁ ପାକିସ୍ତାନର କରତାରପୁର ସାହିବକୁ ସଂଯୋଗ କରୁଥିବା ୪.୫ କିମି ଦୂରତା ବିଶିଷ୍ଟ କରତାରପୁର କରିଡରକୁ ଉଦ୍‌ଘାଟନ କରିବେ ।

ABOUT THE AUTHOR

...view details