ନୂଆଦିଲ୍ଲୀ: କରତାରପୁର କରିଡରକୁ ନେଇ ଆସନ୍ତା 4 ତାରିଖରେ ହେବ ଭାରତ-ପାକିସ୍ତାନର ତୃତୀୟ ବୈଠକ । ଏହି ବୈଠକ ଅଟାରୀ ସୀମାରେ ହେବ ବୋଲି ରବିବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସକାଳ 10 ଟା 30 ସମୟରେ ହେବାକୁ ଥିବା ଏହି ବୈଠକରେ କରତାରପୁର କରିଡରର ଅନ୍ତିମ କାର୍ଯ୍ୟକୁ ନେଇ ଚର୍ଚ୍ଚା ହେବ ବୋଲି ଜଣା ପଡିଛି ।
କରତାରପୁର କରିଡର: ସେପ୍ଟେମ୍ବର 4ରେ ଭାରତ-ପାକ୍ ବୈଠକ - pakisan
କରତାରପୁର କରିଡରକୁ ନେଇ ଆସନ୍ତା 4 ତାରିଖରେ ହେବ ଭାରତ-ପାକିସ୍ତାନ ମଧ୍ୟରେ ତୃତୀୟ ବୈଠକ ।
ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଏହି ବୈଠକ ହୋଇନପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଏହି ପ୍ରସଙ୍ଗକୁ ଭିନ୍ନ କରି ପାକିସ୍ତାନ ବୈଠକ ପାଇଁ ରାଜି ହୋଇଛି ।
କରତାରପୁର କରିଡରର ନିର୍ମାଣ କାର୍ଯ୍ୟ ଉଭୟ ଭାରତ ଏବଂ ପାକିସ୍ତାନ ଆଡୁ ଜୋରଦାର ରୂପରେ କରାଯାଉଛି । ଗୁରୁ ନାନକଙ୍କ ୫୫୦ ତମ ପ୍ରକାଶ ପର୍ବକୁ ଆଖି ଆଗରେ ରଖି ଏହି ନିର୍ମାଣ କରାଯାଉଛି । କରତାରପୁର କରିଡରର ବିକାଶ କାର୍ଯ୍ୟ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହେବା ଏବଂ ନଭେମ୍ବରରେ ହେବାକୁ ଥିବା ସମାଗମ ପୂର୍ବରୁ ଏଠାରେ ସମସ୍ତ ସୁବିଧା ଉବଲବ୍ଧ ହେବ ବୋଲି ପୂର୍ବରୁ ଜଣେ ଉଚ୍ଚ ଅଧିକାରୀ ଏନେଇ ସୂଚନା ଦେଇଥିଲେ ।