ବେଙ୍ଗାଲୁରୁ: ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ କର୍ଣ୍ଣାଟକରେ ବନ୍ୟାର କରାଳ ରୂପ ମଧ୍ୟ ଦେଖିବାକୁ ମିଳିଛି । ତେବେ ଗୁରୁବାର ସ୍ବାଧିନତା ଦିବସ ଅବସରରେ ରାଜ୍ୟରୁ କିଛି ହୃଦୟସ୍ପର୍ଶୀ ଦୃଶ୍ୟ ଆସିଥିଲା ।
ବର୍ଷାକୁ ବେଖାତିର; ଉଡାଇଲେ ତ୍ରିରଙ୍ଗା, ଗାଇଲେ ଜାତୀୟ ସଙ୍ଗୀତ - ଜାତୀୟ ସଙ୍ଗୀତ
ବର୍ଷାକୁ ଖାତିର ନକରି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଡାଇଛନ୍ତି ପତାକା । ସ୍କୁଲରେ ଉତ୍ତୋଳନ ହୋଇଛି ପତାକା ।
ଗତକାଲି ରାଜ୍ୟରେ ପାଣି ଭିତରେ ଜାତୀୟ ସଙ୍ଗୀତ ଗାନ କରି ତ୍ରିରଙ୍ଗା ଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେହିପରି ଆଜି ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କିଛି ସ୍କୁଲ ପିଲା ଲଗାଣ ବର୍ଷା ସତ୍ତ୍ବେ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଙ୍ଗୀତ ଗାନ କରୁଥିବାର ଦେଖିବାକୁ ମିଳିଛି ।
ତେବେ ଦୃଶ୍ୟଟି ହେଉଛି କର୍ଣ୍ଣାଟକ ମାଙ୍ଗାଲୁରୁ ଅଞ୍ଚଳର । ଗୋଟିଏ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲଗାଣ ବର୍ଷା ସତ୍ତ୍ବେ ଜାତୀୟ ସଂଗୀତ ଗାନ କରୁଛନ୍ତି । ଜାତୀୟ ସଂଗୀତ ଶେଷ ହେବା ପରେ ଯାଇ ସେ ସ୍କୁଲ ଭିତରକୁ ଆସୁଛନ୍ତି ।