ବେଙ୍ଗାଲୁରୁ: ନାଗରିକତ୍ବ ସଂଶୋଧନ ଆଇନ ବିରୋଧରେ ଏବେ ଅନେକ ବୁଦ୍ଧିଜୀବିମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ସିଏଏ ଏବଂ ଏନଆରସି ବିରୋଧରେ ବେଙ୍ଗାଲୁରୁର ଟାଉନ ହଲରେ ପ୍ରଦର୍ଶନ କରୁଥିଲେ ଐତିହାସିକ ରାମଚନ୍ଦ୍ର ଗୁହା । ଏହି ସମୟରେ ବେଙ୍ଗାଲୁରୁ ପୋଲିସ ତାଙ୍କୁ ଅଟକ ରଖିଥିବା ଜଣାପଡିଛି । ଏହା ବ୍ୟତୀତ କର୍ଣ୍ଣାଟକର କୁଲବର୍ଗ ଅଞ୍ଚଳରେ ପ୍ରଦର୍ଶନ କରୁଥିବା 20 ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକ ରଖିଛି ।
ବେଙ୍ଗାଲୁରୁରେ ରାମଚନ୍ଦ୍ର ଗୁହା ଅଟକ, ଦିଲ୍ଲୀରେ ଇଣ୍ଟରନେଟ ସେବା ଉପରେ କଟକଣା - police has detaine historian ramachandra guha
ସିଏଏ ଏବଂ ଏନଆରସି ବିରୋଧରେ ବେଙ୍ଗାଲୁରୁର ଟାଉନ ହଲରେ ପ୍ରଦର୍ଶନ କରୁଥିବା ଐତିହାସିକ ରାମଚନ୍ଦ୍ର ଗୁହାଙ୍କୁ ଅଟକ ରଖିଛି ବେଙ୍ଗାଲୁରୁ ପୋଲିସ । ସେପଟେ ଦିଲ୍ଲୀର ଅନେକ ଅଞ୍ଚଳରେ ଭୋଏସ ମେଲ, କଲିଂଗ, ମେସେଜ ଏବଂ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଛି ।
ଫାଇଲ ଫଟୋ
ସେପଟେ ଦିଲ୍ଲୀର ଲାଲକିଲା ଅଞ୍ଚଳରେ ମଧ୍ୟ କେତେକ ନେତା ଏବଂ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି । କଂଗ୍ରେସ ନେତା ସନ୍ଦୀପ ଦିକ୍ଷିତ, ଉମର ଖାଲିଦ ସମେତ କେତେକ ବଡ ବଡ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଦିଲ୍ଲୀରେ ସିଏଏ ବିରୋଧୀ ପ୍ରଦର୍ଶନ ତୀବ୍ର ରୂପ ନେଇଛି । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଅନେକ ଅଞ୍ଚଳରେ ଭୋଏସ ମେଲ, କଲିଂଗ, ମେସେଜ ଏବଂ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଛି । କେତେକ ହ୍ବାଟସଆପ ଗ୍ରୁପ ଯୋଗୁଁ ଏହି ପ୍ରଦର୍ଶନ ତୀବ୍ର ହେଉଛି । ତେଣୁ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଥିବା ଜଣାପଡିଛି ।