ଓଡିଶା

odisha

ETV Bharat / bharat

କ୍ୟାମ୍ପେନିଂକୁ ଭାବିଲେ ବରଯାତ୍ରୀ, ନାଗିନ ଡ୍ୟାନ୍ସ କଲେ କଂଗ୍ରେସ ମନ୍ତ୍ରୀ

ଯେତେବେଳେ ଏହି ‘ମନ ଡୋଲା ମେରା ତନ ଡୋଲା’ ଗୀତ ବାଜିବା ଆରମ୍ଭ ହୋଇଥିଲା, ସେତେବେଳେ 67 ବର୍ଷିୟ ନାଗରାଜ ଆଉ ନିଜକୁ ସମ୍ଭାଳି ପାରିନଥିଲେ। ଧିରେ ଧିରେ ସେ ରାସ୍ତା ମଝିରେ ଏହି ଗୀତରେ ନାଗିନ ଭଳି ହାତ କରି ନାଚିବା ଆରମ୍ଭ କରିଦେଇଥିଲେ।

By

Published : Apr 10, 2019, 9:58 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ବେଙ୍ଗାଲୁରୁ: ଚଳିତ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇ ଘଣ୍ଟା ବାକିଥିବା ବେଳେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି ସମସ୍ତ ଦଳ। ଭୋଟରଙ୍କୁ ଆକୃଷ୍ଟ କରିବାକୁ କିଛି ବି କରୁଛନ୍ତି ନେତାଏ । ଏହି ଅବସରରେ କର୍ଣ୍ଣାଟକର ଜଣେ ମନ୍ତ୍ରୀଙ୍କ ନାଗିନ ଡ୍ୟାନ୍ସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କର୍ଣ୍ଣାଟକର ଗୃହ ଓ ଆବାସ ମନ୍ତ୍ରୀ ଏମଟିବି ନାଗରାଜଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ସେ ଏକ ନିର୍ବାଚନୀ ରାଲିରେ ନାଗିନ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ହୋସକୋଟେରେ ପ୍ରଚାର କରୁଥିବା ସମୟରେ ନାଗରାଜଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ପ୍ରଥମେ କିଛି ଲୋକ ଏହି ଡ୍ୟାନ୍ସ ଆରମ୍ଭ କରିଥିବାବେଳେ ଅଳ୍ପ ସମୟ ପରେ ନାଗରାଜ ତାଙ୍କ ସହ ମିଶିଥିଲେ।

ରିପୋର୍ଟ ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ହୋସକୋଟେର କଟିଗେନାହଲି ଗାଁରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ନାଗରାଜ । ଚିକ୍କବଲପୁରାରେ ଲୋକସଭା ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରପ୍ପା ମୋଇଲିଙ୍କ ପାଇଁ ସେ ସେଠାରେ ପ୍ରଚାର କରୁଥିଲେ । ତେବେ ତାଙ୍କ ରାଲିର ଆଗରେ ଏକ ମ୍ୟୁଜିକ ବ୍ୟାଣ୍ଡ୍‌ ଚାଲିଥିଲା । ହଠାତ୍‌ ଏହି ବ୍ୟାଣ୍ଡ୍‌ ଲୋକପ୍ରିୟ ମ୍ୟୁଜିକ ନାଗିନ ବଜାଇବା ଆରମ୍ଭ କରିଥିଲା ।

ଯେତେବେଳେ ଏହି ‘ମନ ଡୋଲା ମେରା ତନ ଡୋଲା’ ଗୀତ ବାଜିବା ଆରମ୍ଭ ହୋଇଥିଲା ସେତେବେଳେ 67 ବର୍ଷିୟ ନାଗରାଜ ଆଉ ନିଜକୁ ସମ୍ଭାଳି ପାରିନଥିଲେ । ଧିରେ ଧିରେ ସେ ରାସ୍ତା ମଝିରେ ଏହି ଗୀତରେ ନାଗିନ ଭଳି ହାତ କରି ନାଚିବା ଆରମ୍ଭ କରିଦେଇଥିଲେ । ଏହାପରେ ତାଙ୍କୁ ଯୋଗ ଦେଇଥିଲେ ତାଙ୍କ ସମର୍ଥକ ଓ କଂଗ୍ରେସ କର୍ମୀ । ଲଗାତାର 10 ମିନିଟ୍‌ ଯାଏଁ ସେ ନାଚିବାରେ ଲାଗିଥିଲେ । ତେବେ ସେ ଏତେ ଜୋରରେ ନାଚୁଥିଲେ ଯେ ପାଖରେ ଥିବା ଲୋକେ ତାଙ୍କ ବୟସ ଦୃଷ୍ଟିରୁ ତାଙ୍କୁ ରହିଯିବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା ।

ତେବେ ରାଲିରେ ନାଚିବା ମନ୍ତ୍ରୀଙ୍କ ପାଇଁ କୌଣସି ନୂଆ କଥା ନୁହେଁ । ନିକଟରେ ଉତ୍ତର ପ୍ରଦେଶ ଶାହଜାନପୁରର ଜଣେ ପ୍ରାର୍ଥୀ ଜ୍ବାଇଁ ବେଶରେ ଘୋଡା ଚଢି ନାମାଙ୍କନ ଦାଖଲ କରିବାକୁ ଆସିଥିଲେ। ଏହି ଅବସରରେ ସେ ଲୋକପ୍ରିୟ ବଲିଉଡ ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା । ଏହାଛଡା ଅନେକ ସମୟରେ ବିହାର ଏବଂ ଝାଡଖଣ୍ଡର ମନ୍ତ୍ରୀ ଓ ନେତାଙ୍କୁ ବିଭିନ୍ନ ଫିଲ୍ମ ଗୀତରେ ନାଚୁଥିବାର ଦେଖିବାକୁ ମିଳିଥାଏ ।

ABOUT THE AUTHOR

...view details