ବେଙ୍ଗାଲୁର: କୋଭିଡ କଟକଣା ଭିତରେ ଅନେକ ରାଜ୍ୟରେ ସମାପନ ହେବାରେ ଲାଗିଛି ମୌସୁମୀ ଅଧିବେଶନ । କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବା ସହ କଟକଣାକୁ ମାନିବାକୁ ବାଧ୍ୟ ମନ୍ତ୍ରୀ ଠାରୁ ବିଧ୍ୟାୟକ ।
ସେହିପରି ଏହାରି ଭିତରେ କର୍ଣ୍ଣାଟକରେ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ସେପ୍ଟେମ୍ବର 21 ରୁ 30 ତାରିଖ ଯାଏଁ ଅନୁଷ୍ଠିତ ହେବ ଅଧିବେଶନ । କୋଭିଡ ଗାଇଡଲାଇନକୁ ଯେପରି ଅଧିବେଶନ ସମୟରେ ପାଳନ କରାଯିବ ସେନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।