ଓଡିଶା

odisha

By

Published : Mar 18, 2020, 7:48 PM IST

ETV Bharat / bharat

ଦିଗବିଜୟଙ୍କ ପିଟିସନକୁ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

କର୍ଣ୍ଣାଟକ ହାଇକୋର୍ଟ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ପିଟିସନକୁ ଖାରଜ କରିଛନ୍ତି । ଅଧିକ ପଢନ୍ତୁ...

Karnataka High Court rejects the plea by Congress leader Digvijaya Singh
ଦିଗବିଜୟଙ୍କ ପିଟିସନକୁ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ପିଟିସନକୁ ଖାରଜ କରିଛନ୍ତି । ଦିଗବିଜୟ ସିଂ ବେଙ୍ଗାଲୁରୁ ହୋଟେଲରେ ଥିବା 16 ଜଣ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ମାନଙ୍କୁ ଭେଟିବାକୁ ଏହି ପିଟିସନ ଦାଖଲ କରିଥିଲେ । କର୍ଣ୍ଣାଟକ ହାଇକୋର୍ଟ ଏହାକୁ ବିଚାର କରି ମାମଲାକୁ ଖାରଜ କରିଛନ୍ତି ।

ପୂର୍ବରୁ ଦିଗବିଜୟ ସିଂଙ୍କ ବିରୋଧରେ ମଧ୍ୟପ୍ରଦେଶ ବିଜେପି ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖକୁ ଚିଠି ଲେଖିଛି । ଏହି ଚିଠିରେ ହୋଟେଲରେ ଥିବା ବିଧାୟକମାନଙ୍କୁ ଦିଗବିଜୟ ପ୍ରଭାବିତ କରୁଥିବା ମଧ୍ୟପ୍ରଦେଶ ବିଜେପି ଦର୍ଶାଇଛି । ସେଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି ।

ନିକଟରେ ଦିଗବିଜୟ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ତେଣୁ ସେ ଭୋଟଦାନକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

@ANI

ABOUT THE AUTHOR

...view details