ଓଡିଶା

odisha

ETV Bharat / bharat

ଏଣିକି ମାସ୍କ ନ ପିନ୍ଧିଲେ ଏକ ହଜାର ନୁହେଁ ଗଣିବେ 250 - କର୍ଣ୍ଣାଟକ ମାସ୍କ ଫାଇନ

କର୍ଣ୍ଣାଟକରେ ହ୍ରାସ ହେଲା ମାସ୍କ ଜୋରିମାନା ରାଶି । ଏଣିିକି 1000 ବଦଳରେ 250 ଜୋରିମାନା । କଟକଣା ପାଳନ କରିବାକୁ ଅନୁରୋଧ କଲେ ମୁ୍ଖ୍ୟମନ୍ତ୍ରୀ । ପଢନ୍ତୁ ପୁରା ଖବର..........

ମାସ୍କ ନପିନ୍ଧିବା ଜୋରିମାନା ରାଶିକୁ ହ୍ରାସ କଲେ କର୍ଣ୍ଣାଟକ ସରକାର
ମାସ୍କ ନପିନ୍ଧିବା ଜୋରିମାନା ରାଶିକୁ ହ୍ରାସ କଲେ କର୍ଣ୍ଣାଟକ ସରକାର

By

Published : Oct 7, 2020, 7:59 PM IST

ବେଙ୍ଗାଲୁରୁ: ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିବା ଜୋରିମାନା ରାଶିକୁ 1 ହଜାର ଟଙ୍କାରୁ 250 ଟଙ୍କାକୁ ହ୍ରାସ କରିଛନ୍ତି କର୍ଣ୍ଣାଟକ ସରକାର । ମାତ୍ରାଧିକ ଜୋରିମାନା ରାଶି ନେଇ ଆକ୍ରୋଶ ଦେଖାଯିବା ପରେ ସରକାର ଏହି ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି। ଆସନ୍ତା ବୁଧବାର ଠାରୁ ଏହି ନୁଆ ନିୟମାବଳୀ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ୟେଦୟୁରପ୍ପା ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରାମାଞ୍ଚଳରେ ଏହି ରାଶି ପୁର୍ବରୁ 500 ଥିବାବେଳେ ବର୍ତ୍ତମାନ ଏହାକୁ 100 କୁ ହ୍ରାସ କରାଯାଇଛି। ସେହିପରି ସହରାଞ୍ଚଳରେ 1000 ରୁ 250 ଟଙ୍କାକୁ ହ୍ରାସ କରାଯାଇଛି । ତେବେ ଏହି ମହାମାରୀ ସମୟରେ ଆମକୁ ଜୀବନର ସୁରକ୍ଷା ସହ ଜୀବିକା ତଥା ଅର୍ଥନୀତିକୁ ମଧ୍ୟ ସମାନ୍ତରଳ ଭାବେ ଦୃଷ୍ଟି ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ପୁର୍ବରୁ ମଧ୍ୟ କହିସାରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ନୁଆ ସର୍ତ୍ତାବଳୀ ସହିତ ଅନଲକ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଉଛି । ସର୍ବସାଧାରଣ ସ୍ଥାନରେ ପରସ୍ପର ମଧ୍ୟରେ ସାମାଜିକ ଦୁରତ୍ବ ରକ୍ଷା କରିବା ସହ ମାସ୍କ ପିନ୍ଧିବା , ହାତକୁ ବାରମ୍ବାର ସାନିଟାଇଜ କରିବା ଆଦିକୁ ବାଧ୍ୟତାମୂଳକ କରାଯାଇଛି।

ତେବେ ବର୍ତମାନ ସୁଦ୍ଧା କରୋନା ଭାଇରସ ପାଇଁ କୌଣସି ଟିକା କିମ୍ବା ଔଷଧ ନଥିବାରୁ କେବଳ ଜନ ସଚେତନତା ହିଁ ସଂକ୍ରମଣ ହାରକୁ କମାଇପାରିବ ବୋଲି କୁହାଯାଉଛି। ତେଣୁ ମୁଖ୍ୟମନ୍ତ୍ରୀ ୟେଦୟୁରପ୍ପା ରାଜ୍ୟବାସୀଙ୍କୁ ସରକାରଙ୍କୁ ସହଯୋଗ କରିବା ସହ କୋଭିଡ ସମ୍ପର୍କିତ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details