ବେଙ୍ଗାଲୁରୁ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି କର୍ଣ୍ଣାଟକ ହାଇଭୋଲଟେଜ ଡ୍ରାମା । ସଙ୍କଟ ଘେରରେ ଥିବା କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ଆଉ ଏକ ଝଟକା ଲାଗିଛି । ୧୩ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ସୋମବାର ଏକମାତ୍ର ସ୍ବାଧୀନ ବିଧାୟକ ନାଗେଶ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ସେ ସରକାରଙ୍କ ସମର୍ଥନକୁ ଫେରାଇ ଆଣିବା ସହ ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ।
ମନ୍ତ୍ରୀପଦରୁ ଇସ୍ତଫା ପରେ ବିଜେପିକୁ ସମର୍ଥନ କଲେ ସ୍ବାଧୀନ ବିଧାୟକ - nagesh
୧୩ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ସୋମବାର ଏକମାତ୍ର ସ୍ବାଧୀନ ବିଧାୟକ ନାଗେଶ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ସରକାରଙ୍କ ସମର୍ଥନକୁ ଫେରାଇ ଆଣିବା ସହ ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ।
ଫାଇଲ ଫଟୋ
ଗୋଟିଏ ପଟେ ସରକାରକୁ ସୁରକ୍ଷିତ ରଖିବା ପାଇଁ ଉଭୟ ଦଳ ଲଗାତାର ପ୍ରୟାସ ଜାରି ରଖିଥିବା ବେଳେ ନାଗେଶଙ୍କ ଏହି ପଦକ୍ଷେପ ସରକାରଙ୍କ ଖେଳ ବିଗାଡି ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସେପଟେ ଇସ୍ତଫା ଦେବା ପରେ ନାଗେଶ ମୁମ୍ବାଇ ଚାଲିଯାଇଥିବା ଜଣା ପଡିଛି । ସେ ସେଠାରେ ସେହି ୧୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଭେଟି ପାରନ୍ତି ।
ତେବେ ଆଜି ଗୋଟିଏ ଦିନରେ ସରକାରଙ୍କ ୩୧ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । କଂଗ୍ରେସର 21 ଜଣ ଓ ଜେଡିଏସର 9 ଜଣ ଏବଂ ଜଣେ ସ୍ବାଧୀନ ବିଧାୟକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।