ବେଙ୍ଗାଲୁରୁ: କୋରୋନାକୁ ନେଇ ସମଗ୍ର ଦେଶରେ ଗତ ଦୁଇ ମାସ ହେବ ଲକଡାଉନ ଲାଗୁ ହୋଇଥିଲା । ଏବେ ଲକଡାଉନ ପରେ ଅନଲକ 1.0 ଅଧୀନରେ ଦେଶକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏହା ମଧ୍ୟରେ କର୍ଣ୍ଣାଟକ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିଛନ୍ତି। କର୍ଣ୍ଣାଟକ ସରକାର ବର୍ତ୍ତମାନ ରାତିର କର୍ଫ୍ୟୁ ସମୟରେ ବସ୍ ଏବଂ କ୍ୟାବ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ।
କର୍ଣ୍ଣାଟକରେ ଅନଲକ 1.0, ରାତି କର୍ଫ୍ୟୁରେ ଚାଲିବ ବସ ଓ କ୍ୟାବ - ଅନଲକ 1.0
କର୍ଣ୍ଣାଟକ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିଛନ୍ତି। କର୍ଣ୍ଣାଟକ ସରକାର ବର୍ତ୍ତମାନ ରାତି କର୍ଫ୍ୟୁ ସମୟରେ ବସ୍ ଏବଂ କ୍ୟାବ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ।
![କର୍ଣ୍ଣାଟକରେ ଅନଲକ 1.0, ରାତି କର୍ଫ୍ୟୁରେ ଚାଲିବ ବସ ଓ କ୍ୟାବ unlock 1.0](https://etvbharatimages.akamaized.net/etvbharat/prod-images/768-512-7483232-56-7483232-1591332004395.jpg)
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଅନଲକ 1.0 ପାଇଁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ରାତି 9 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ସାରା ଦେଶରେ କର୍ଫ୍ୟୁ ଲାଗୁ ହେବ । କର୍ଣ୍ଣାଟକ ସରକାର ବର୍ତ୍ତମାନ ରାତିରେ କର୍ଫ୍ୟୁ ସମୟରେ ସାର୍ବଜନୀକ ପରିବହନ ପାଇଁ ଛାଡ କରିଛନ୍ତି । ଏହି ସମୟରେ ରାଜ୍ୟରେ ବସ ଚଳାଚଳ କରିପାରିବ । ମାତ୍ର ଏହି ଅନୁମତି କେବଳ ରାଜ୍ୟ ସରକାରଙ୍କ ବସକୁ ଦିଆଯିବ। ଏଥିସହ ଯାତ୍ରୀମାନଙ୍କୁ 'ପିକଅପ୍ ପଏଣ୍ଟ' କିମ୍ବା ବସ୍ ଷ୍ଟାଣ୍ଡରୁ ଆଣିବା ପାଇଁ ଅଟୋ, ଟ୍ୟାକ୍ସି ଏବଂ କ୍ୟାବ ଚଳାଇବାକୁ ମଧ୍ୟ ଅନୁମତି ଦିଆଯାଇଛି।
ଏହା ମଧ୍ୟରେ କୋରୋନା ସଂକ୍ରମଣ ରୋକିବା ପାଇଁ ଜାରି ହୋଇଥିବା ନୂଆ ନିୟମ. ଏସଓପି ଏବଂ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀକୁ ପାଳନ କରି ଯାତ୍ରୀମାନଙ୍କୁ ବସ୍ ଷ୍ଟାଣ୍ଡ କିମ୍ବା ପିକଅପ୍ ପଏଣ୍ଟରୁ ଗନ୍ତବ୍ୟ ସ୍ଥଳ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଏହାଛଡା କର୍ଫ୍ୟୁ ସମୟରେ ଅଟୋ, ଟ୍ୟାକ୍ସି ଏବଂ କ୍ୟାବଗୁଡ଼ିକୁ ପିକଅପ୍ ପଏଣ୍ଟ' କିମ୍ବା ବସଷ୍ଟାଣ୍ଡରୁ ଯାତ୍ରୀ ନେବାକୁ ଅନୁମତି ଦିଆଯାଇଛି। ପ୍ରକାଶ ଥାଉକି, କର୍ଣ୍ଣାଟକରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4063ରେ ପହଞ୍ଚିବା ବେଳେ 53 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।