ବେଙ୍ଗାଲୁରୁ: ଆଜି କୁମାରସ୍ବାମୀଙ୍କ ଭାଗ୍ୟ ପରୀକ୍ଷା । ରାଜନୈତିକ ସଙ୍କଟରେ ଫସିଥିବା କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ଆଜି(ସେମବାର) ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ତେବେ କୁମାରସ୍ବାମୀ ମେଣ୍ଟ ସରକାରକୁ ରକ୍ଷା କରିବେ ନା ବିଜେପି ସରକାର ଗଠନ ପାଇଁ ସୁଯୋଗ ପାଇବ ତାହା ଆସ୍ଥା ଭୋଟ ପରେ ସ୍ପଷ୍ଟ ହେବ ।
ଏହା ପୂର୍ବରୁ ରାଜ୍ୟପାଳ ବଜୁଭାଇ ୱାଲା ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀଙ୍କୁ 2 ଥର ଚିଠି ଲେଖି ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସମୟ ଦେଇଥିଲେ । କିନ୍ତୁ କୁମାରସ୍ବାମୀ ରାଜ୍ୟପାଳଙ୍କ ଆଦେଶକୁ ଅଣଦେଖା କରିଥିଲେ । ଏହା ପରେ ଶୁକ୍ରବାର ବାଚସ୍ପତି କେଆର କମେଶ କୁମାର ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ ।
ତେବେ ମେଣ୍ଟ ସରକାର ବଞ୍ଚାଇବା ପାଇଁ କୁମାରସ୍ବାମୀ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ସେ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଜଣକୁ କୁମାରସ୍ବାମୀଙ୍କ ବଦଳରେ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ କଂଗ୍ରେସ-ଜେଡ୍ଏସର ବରିଷ୍ଠ ନେତା । କିନ୍ତୁ ଏହି ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରି ନିଜ ଜିଦ୍ରେ ଅଡି ବସିଛନ୍ତି ବିଦ୍ରୋହୀ ବିଧାୟକ ।
ସୂଚନା ଯୋଗ୍ୟ ଯେ, 224 ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ପାଖରେ 105 ବିଧାୟକ ରହିଛନ୍ତି । କଂଗ୍ରେସ-ଜେଡିଏସ ମେଣ୍ଟରେ ମୋଟ ୧୧୭ ଜଣ ବିଧାୟକ ରହିଥିଲେ। କିନ୍ତୁ 16 ବିଧାୟକଙ୍କ ଇସ୍ତଫା ପରେ ତାହା ୧୦୧ କୁ ଖସିଆସିଛି । ସେପଟେ ଜଣେ ନିର୍ଦ୍ଦଳୀୟ ବିଧାୟକ ମଧ୍ୟ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାଖାନ କରିଛନ୍ତି । ଏହି ପରିପେକ୍ଷିରେ ମେଣ୍ଟ ସରକାରର ସମର୍ଥନରେ ଏବେ କେବଳ 100 ବିଧାୟକ ଅଛନ୍ତି । ତେବେ ଏବି ବିଦ୍ରୋହୀ ବିଧାୟକ ଯଦି ଗୃହରେ ଅନୁପସ୍ଥିତ ରୁହନ୍ତି ତାହେଲେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୦୫ ହୋଇଯିବ ଏବଂ ବିଜେପିକୁ ସରକାର ଗଠନ ପାଇଁ ସୁବିଧା ହୋଇପାରିବ ।