ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ବନ୍ୟା: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ, ପୀଡିତଙ୍କୁ ଚେକ୍‌ ପ୍ରଦାନ - ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା

କର୍ଣ୍ଣାଟକରେ ବନ୍ୟା ପରିସ୍ଥିତି ଅଣାୟତ୍ତ । ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ସିମୋଗା ଜିଲ୍ଲା ଯିବା ସହ ସେଠାକାର ବନ୍ୟା ପୀଡିତଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 13, 2019, 12:20 PM IST

ବେଙ୍ଗାଲୁରୁ: ବନ୍ୟାରେ ବେହାଲ କର୍ଣ୍ଣାଟକ । ରାଜ୍ୟର ସ୍ଥିତି ଗମ୍ଭୀର । ସେପଟେ ସ୍ଥିତି ପରଖିବା ପାଇଁ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବନ୍ୟା ପୀଡିତଙ୍କୁ ଭେଟିବା ସହ ସେମାନଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଆଜି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସିମୋଗା ଜିଲ୍ଲା ଗସ୍ତ କରିଛନ୍ତି । ଏହି ସମୟରେ ସେ ବନ୍ୟା ପୀଡିତଙ୍କୁ ମଧ୍ୟ ଭେଟିଛନ୍ତି । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି, ଭାଙ୍ଗି ଥିବା ଘର ଆଦିର ଆକଳନ କରାଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଏହି ଅବସରରେ କହିଛନ୍ତି । ଏହା ସହ ସରକାର ବନ୍ୟା ପୀଡିତଙ୍କ ସହିତ ଅଛନ୍ତି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ କିଛି ପୀଡିତଙ୍କୁ ସେ ଚେକ୍‌ ମଧ୍ୟ ବାଣ୍ଟିଛନ୍ତି । ସୂଚନା ଥାଉକି, ଆଜି ସୁଦ୍ଧା କର୍ଣ୍ଣାଟକରେ ବନ୍ୟା କାରଣରୁ 46 ଜଣଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details