ବେଙ୍ଗାଲୁରୁ: କର୍ଣ୍ଣାଟକରେ ବନ୍ୟା ଦାଉରୁ କେହି ରକ୍ଷା ପାଉନାହାଁନ୍ତି । ମଣିଷଠୁ ଆରମ୍ଭ କରି ଜୀବଜନ୍ତୁଙ୍କ ସମେତ ଭଗବାନଙ୍କ ମୂର୍ତ୍ତି ମଧ୍ୟ ରକ୍ଷା ପାଉନି ।
କର୍ଣ୍ଣାଟକ ବନ୍ୟା ବିପତ୍ତି: ଘର ଛାତ ପାଲଟିଛି କୁମ୍ଭୀର ବସା - ଘର ଉପରେ ଚଢିଲା କୁମ୍ଭୀର
କର୍ଣ୍ଣାଟକରେ ବନ୍ୟା ଦାଉରୁ କେହି ରକ୍ଷା ପାଉନାହାଁନ୍ତି । ମଣିଷଠୁ ଆରମ୍ଭ କରି ଜୀବଜନ୍ତୁଙ୍କ ସମେତ ଭଗବାନଙ୍କ ମୂର୍ତ୍ତି ମଧ୍ୟ ରକ୍ଷା ପାଉନି । ତେବେ ବନ୍ୟାରୁ ବଞ୍ଚିବା ପାଇଁ ଗୋଟିଏ କୁମ୍ଭୀର ଗୋଟିଏ ଘର ଉପରେ ଚଢିଥିବା ଦେଖିବାକୁ ମିଳିଛି ।
ଡିଜାଇନ ଫଟୋ
ବେଲଗମ୍ ଜିଲ୍ଲାର ଗୋଟିଏ ଗାଁରେ ଭଗବାନଙ୍କ ମୂର୍ତ୍ତି ଭାସିଯାଇଥିବା ଦେଖିବାକୁ ମିଳିଥିବାବେଳେ ସେହି ଜିଲ୍ଲାର ରାୟବଗ ତାଲୁକରେ ଗୋଟିଏ କୁମ୍ଭୀର ବନ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଗୋଟିଏ ଘର ଉପରେ ଚଢିଥିବା ଦେଖିବାକୁ ମିଳିଛି ।
ଘରଟି ସମ୍ପୂର୍ଣ୍ଣ ରୂପେ ବୁଡିବାକୁ ବସିଥିବାବେଳେ କୁମ୍ଭୀରଟି ନିଜକୁ ବଞ୍ଚାଇବା ପାଇଁ ଘର ଉପରେ ଚଢିଯାଇଥିବା ଦେଖାଦେଇଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉକି, ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକ ବନ୍ୟାରେ 40 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 14 ଜଣ ନିଖୋଜ ଅଛନ୍ତି ।