ବେଙ୍ଗାଲୁରୁ: ସରୁନି କର୍ଣ୍ଣାଟକ ନାଟକ । ଦିନକୁ ଦିନ ନୂଆ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସୁଛି । ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ ଆସ୍ଥା ଭୋଟରେ ହାରି କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ ଆଜି(ଗୁରୁବାର)ବାଚସ୍ପତି ନାଟକରେ ଆଣିଛନ୍ତି ଭିନ୍ନ ମୋଡ ।
କର୍ଣ୍ଣାଟକ ନାଟକ: ଜଣେ ସ୍ବାଧୀନ ବିଧାୟକଙ୍କ ସହ 2 ବିଦ୍ରୋହୀ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ - କର୍ଣ୍ଣାଟକ ନାଟକ
ସରୁନି କର୍ଣ୍ଣାଟକ ନାଟକ । ଦିନକୁ ଦିନ ନୂଆ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସୁଛି । ଆଜି(ଗୁରୁବାର) ଜଣେ ସ୍ୱାଧୀନ ବିଧାୟକଙ୍କ ସହ ଦୁଇ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@ANI
ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ବିଜେପିକୁ ସମର୍ଥନ ଦେଇଥିବା ସ୍ବାଧୀନ ବିଧାୟକ ଆର ଶଙ୍କରଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେଆର ରମେଶ । ଏହା ସହ ଦୁଇ ବିଧାୟକ (ବିଦ୍ରୋହୀ କଂଗ୍ରେସ ବିଧାୟକ) ରମେଶ ଏଲ ଜାରକିହୋଲି ଓ ମହେଶ କୁମାଥାଲ୍ଲିଙ୍କୁ ମଧ୍ୟ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି ।
ଏହି ଦୁଇ ବିଦ୍ରୋହୀ ବିଧାୟକଙ୍କୁ ଦଳ ବଦଳ ନିରୋଧ ଆଇନ ଅନୁଯାୟୀ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି । ଏହା ଫଳରେ ଦୁଇ ବିଧାୟକ ପଞ୍ଚଦଶ ବିଧାନସଭା ନ ଭାଙ୍ଗିବା ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ବୋଲି ବାଚସ୍ପତି ଜଣାଇଛନ୍ତି ।