ଓଡିଶା

odisha

ETV Bharat / bharat

କୋରୋନା ପ୍ରତିକାର: ଆୟୁର୍ବେଦକୁ ଗୁରୁତ୍ବ ଦେବାକୁ କର୍ଣ୍ଣାଟକ ଡାକ୍ତରଙ୍କ ଅନୁରୋଧ

ବିଶ୍ବରେ କୋରୋନା ଭାଇରସର ଆତଙ୍କ । ଏହାର ପ୍ରତିକାର ଏ ଯାଏଁ ମିଳିପାରି ନଥିବାରୁ ଚିନ୍ତାରେ ସମଗ୍ର ବିଶ୍ବ । ତେବେ ଏହି ସମୟରେ ଆୟୁର୍ବେଦ ଜରିଆରେ ଚିକିତ୍ସା କୋରୋନା ଯୁଦ୍ଧରେ ଏକ ଶସ୍ତ୍ର ସଦୃଶ୍ୟ ।

Karnataka doctor
ଆୟୁର୍ବେଦକୁ ଗୁରୁତ୍ବ ଦେବାକୁ କର୍ଣ୍ଣାଟକ ଡାକ୍ତରଙ୍କ ଅନୁରୋଧ

By

Published : Apr 12, 2020, 12:12 PM IST

ବେଙ୍ଗାଲୁରୁ: ବିଶ୍ବରେ କୋରୋନା ଭାଇରସର ଆତଙ୍କ । ଏହାର ପ୍ରତିକାର ଏ ଯାଏଁ ମିଳିପାରି ନଥିବାରୁ ଚିନ୍ତାରେ ସମଗ୍ର ବିଶ୍ବ । ତେବେ ଏହି ସମୟରେ ଆୟୁର୍ବେଦ ଜରିଆରେ ଚିକିତ୍ସା କୋରୋନା ଯୁଦ୍ଧରେ ଏକ ଶସ୍ତ୍ର ସଦୃଶ୍ୟ । କର୍ଣ୍ଣାଟକର ଜଣେ ଡାକ୍ତର ପାରମ୍ପାରିକ ଆୟୁର୍ବେଦକୁ ଆପଣେଇ ଚିକିତ୍ସା କରିବାକୁ ଆଇସିଏମଆରକୁ ଅପିଲ୍ କରିଛନ୍ତି ।

ଆୟୁର୍ବେଦକୁ ଗୁରୁତ୍ବ ଦେବାକୁ କର୍ଣ୍ଣାଟକ ଡାକ୍ତରଙ୍କ ଅନୁରୋଧ

ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦ ସର୍ବଦା ନିଜ କରାମତି ଦେଖାଇଛି । ପ୍ରକୃତି କୋଳରେ ଅନେକ ଔଷଧୀୟ ବୃକ୍ଷ ରହିଛି, ଯାହା ଦ୍ବାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଓ ଏହା ଆମକୁ ଭାଇରସ ସହ ଲଢିବାରେ ବେଶ୍ ସହାୟକ ହେବ । ସମଗ୍ର ଦେଶ ଏହାର ପ୍ରତିକାର ଖୋଜୁଥିବା ବେଳେ ଦେଶର ସମସ୍ତ ଆୟୁର୍ବେଦ ଡାକ୍ତର ସମତେ ହୋମିଓପାଥି ଡାକ୍ତର, ତାଙ୍କ ଔଷଧର କ୍ଲିନିକାଲ୍ ପରୀକ୍ଷା କରିବା ପାଇଁ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନ୍ସିଲ୍(ଆଇସିଏମଆର)କୁ ଅନୁରୋଧ କରିଛନ୍ତି । କର୍ଣ୍ଣାଟକର ଆୟୁର୍ବେଦ ଡାକ୍ତର ହୃଷିକେଶ ଦାମଲେ, ପାରମ୍ପାରିକ ଉପାୟକୁ ଅଧିକ ଜୋର୍ ଦେଇଛନ୍ତି । ପ୍ରାୟ 3 ଲକ୍ଷ ଔଷଧୀୟ ବୃକ୍ଷ ମଧ୍ୟରୁ ସେ 25ଟି ବୃକ୍ଷକୁ ଚୟନ କରିଛନ୍ତି, ଏହା କୋରୋନା ଭାଇରସ ଲଢେଇରେ ସାହାଯ୍ୟ କରିବ ।

ସେ କହିଛନ୍ତି,‘ମୁଁ କୋରୋନା ଭାଇରସରେ ଥିବା ସ୍ପାଇକ୍ ପ୍ରୋଟିନ୍, ମେମ୍ବ୍ରେନ୍ ପ୍ରୋଟିନ୍ ଏବଂ ଏଷ୍ଟେରେଜ୍ ପ୍ରୋଟିନକୁ ଅନୁସନ୍ଧାନ କଲି ଏବଂ 25 ଟି ଔଷଧୀୟ ବୃକ୍ଷକୁ ସଂକ୍ଷିପ୍ତ ତାଲିକାଭୁକ୍ତ କଲି ଯାହା ମାନବ ଶରୀରରେ ଏହି ପ୍ରୋଟିନ୍ ବିସ୍ତାରକୁ ବନ୍ଦ କରିପାରେ । ମୁଁ ଏ ବାବଦରେ ଆଇସିଏମଆରକୁ ମଧ୍ୟ କହିଛି ଏବଂ ଅନୁସନ୍ଧାନ ଜାରି ରଖିବା ପାଇଁ ଆଇସିଏମଆର ସମର୍ଥନ ନିଶ୍ଚିତ କରିଛି ’ । ଦାମଲେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସରକାରଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା କରିଛନ୍ତି ଏବଂ ଅନୁମତି ମିଳିବା ପରେ ସେ ଏହି 25ଟି ଔଷଧୀୟ ବୃକ୍ଷର ରାସାୟନିକ ପରୀକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି।

ABOUT THE AUTHOR

...view details