ଓଡିଶା

odisha

ETV Bharat / bharat

ଦକ୍ଷିଣ ଭାରତର 6 ରାଜ୍ୟରେ ହାଇଆଲର୍ଟ, ଆତଙ୍କବାଦୀ ଆକ୍ରମଣ ଆଶଙ୍କା - 7 state

ଦକ୍ଷିଣ ଭାରତର 6 ରାଜ୍ୟ କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପଡ୍ଡୁଚେରୀରେ ହାଇ ଆଲର୍ଟ ଜାରି । ଆତଙ୍କବାଦୀ ଆକ୍ରମଣର ଆଶଙ୍କା ।

ଡିଜାଇନ ଫଟୋ

By

Published : Apr 27, 2019, 9:04 AM IST

Updated : Apr 27, 2019, 9:17 AM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଆତ୍ମଘାତୀ ଆକ୍ରମଣ ପରେ ସମଗ୍ର ବିଶ୍ବରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ପଡୋଶୀ ଦେଶ ଭାରତ ଉପରେ ଏହାର ପ୍ରଭାବ କିଛିଟା ଅଧିକ ଦେଖାଦେଇଛି । ଶ୍ରୀଲଙ୍କା ପରେ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଫଳରେ ଦକ୍ଷିଣ ଭାରତର 6 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପଡ୍ଡୁଚେରୀରେ ହାଇଆଲର୍ଟ ଜାରି କରିଛନ୍ତି କର୍ଣ୍ଣାଟକ ଡିଜି-ଆଇଜିପି । ସେହି ରାଜ୍ୟ ଗୁଡିକ ହେଲା କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ANI

କର୍ଣ୍ଣାଟକ ଡିଜିପି ଏହି ରାଜ୍ୟ ଗୁଡିକର ପୋଲିସ ଅଧିକାରୀଙ୍କୁ ଏକ ପତ୍ର ଲେଖିଛନ୍ତି, ଯେଉଁଥିରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଦର୍ଶାଯାଇଛି । କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ ଏବଂ ପଡ୍ଡୁଚେରୀରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସ୍ବାମୀ ସୁନ୍ଦର ମୂର୍ତ୍ତୀ ନାମକ ଜଣେ ଲୋରୀ ଡ୍ରାଇଭର ଫୋନକଲ ଯୋଗେ ଦାବି କରିଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି ।

ତେବେ ଟ୍ରେନ ଗୁଡିକୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ଏହି ପତ୍ରରେ କୁହାଯାଇଛି । ତାମିଲନାଡୁର ରାମନାଥପୁରମରେ 19 ଜଣ ଆତଙ୍କବାଦୀ ସକ୍ରୀୟ ଥିବା ମଧ୍ୟ ଡ୍ରାଇଭର ଜଣକ ଦାବି କରିଛନ୍ତି । ତେବେ ଏନେଇ କର୍ଣ୍ଣାଟକ ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବେଙ୍ଗାଲୁରୁ ପୋଲିସ ଆକ୍ରମଣର ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଧରିବାର ପ୍ରୟାସ କରୁଛି ।

Last Updated : Apr 27, 2019, 9:17 AM IST

ABOUT THE AUTHOR

...view details