ବେଙ୍ଗାଲୁରୁ: ସତ୍ତାକୁ ନେଇ ଭାରତବର୍ଷର ସବୁଠାରୁ ବଡ ନାଟକ ଚାଲୁରହିଛି କର୍ଣ୍ଣାଟକରେ। ସଙ୍କଟରେ କୁମାରସ୍ବାମୀ ସରକାର । ଏପରି ସମୟରେ ବେଙ୍ଗାଲୁରୁରେ ବିଜେପି-କଂଗ୍ରେସ କର୍ମୀଙ୍କ ହାତାହାତି ହୋଇଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି 144 ଧାରା ଜାରି କରାଯାଇଛି ।
କର୍ଣ୍ଣାଟକ ସଙ୍କଟ: ବିଗୁଡିଛି ପରିସ୍ଥିତି, ବେଙ୍ଗାଲୁରୁରେ ୧୪୪ ଧାରା ଜାରି - ବେଙ୍ଗାଲୁରୁରେ ୧୪୪ ଧାରା ଜାରି
ବିପଦ ଘେରରେ ସ୍ବାମୀ ସରକାର । ଆଇନ ଶୃଙ୍ଖଳା ଦୃଷ୍ଟିକୁ ନଜରରେ ରଖି ବେଙ୍ଗାଲୁରୁରେ 144 ଧାରା ଜାରି କରାଯାଇଛି ।
![କର୍ଣ୍ଣାଟକ ସଙ୍କଟ: ବିଗୁଡିଛି ପରିସ୍ଥିତି, ବେଙ୍ଗାଲୁରୁରେ ୧୪୪ ଧାରା ଜାରି](https://etvbharatimages.akamaized.net/etvbharat/prod-images/768-512-3921318-thumbnail-3x2-144.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ
ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବାଚସ୍ପତି ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ କହିଛନ୍ତି। ଏହାସହ 25 ତାରିଖ ଯାଏଁ ବେଙ୍ଗାଲୁରୁରେ 144 ଧାରା ବଳବତ୍ତର ରହିବ । ଏହାସହ 25 ତାରିଖ ଯାଏଁ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।