ବେଙ୍ଗାଲୁରୁ: ଅଣାୟତ୍ତ ହେବାରେ ଲାଗିଛି କର୍ଣ୍ଣାଟକର ରାଜନୈତିକ ସଙ୍କଟ । 16 ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ତେବେ ପରିସ୍ଥିତିକୁ ଆଖିରେ ରଖି କର୍ଣ୍ଣାଟକ ବିଧାନସଭାରେ ଧାରା 144 ଲାଗୁ କରାଯିବ । ଏହା ଜୁଲାଇ 11 ରୁ ଲାଗୁ ହୋଇ 14 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣା ପଡିଛି । ତେବେ ଏହି ସମୟରେ ବିଧାନସଭାରେ 4 ଜଣରୁ ଅଧିକ ବିଧାୟକ କିମ୍ବା ମନ୍ତ୍ରୀ ଏକାଠି ରହିପାରିବେ ନାହିଁ ।
କର୍ଣ୍ଣାଟକ ଡ୍ରାମା; ବିଧାନସଭାରେ ଲାଗୁ ହେବ 144 ଧାରା - section 144
କର୍ଣ୍ଣାଟକ ବିଧାନସଭାରେ ଲାଗୁ ହେବ 144 ଧାରା । ଆସନ୍ତା ଜୁଲାଇ 14 ପର୍ଯ୍ୟନ୍ତ ବଳବତ୍ତର ରହିବ ଧାରା 144 ।
ଫାଇଲ ଫଟୋ
ଏହା ପୂର୍ବରୁ କଂଗ୍ରେସ ନେତା ବିଧାନସଭାରେ ଟଣା ଓଟରା ହୋଇଥିଲେ । ପରିସ୍ଥିତି ଅଣାୟତ ହେବା ପରେ ବେଙ୍ଗାଲୁରୁ ପୋଲିସ କମିଶନର ଆଲୋକ କୁମାର ବିଧାନସଭାରେ ପହଞ୍ଚି ସ୍ଥିତି ସମ୍ଭାଳିଥିଲେ ।