ଓଡିଶା

odisha

By

Published : Jul 18, 2019, 9:08 AM IST

ETV Bharat / bharat

ୟେଦୁରପ୍ପା ନା ସ୍ବାମୀ: ଆଜି ସ୍ପଷ୍ଟ ହେବ କାହାର କର୍ଣ୍ଣାଟକ

ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କୁମାର ସ୍ବାମୀ, ସରକାର ବଞ୍ଚାଇବାକୁ ଶେଷ ପ୍ରୟାସ କରୁଥିବାବେଳେ ବିରୋଧୀ ବିଜେପି ନିଜ ଶକ୍ତି ଯୋଗାଡରେ ଲାଗିଛି ।

ଡିଜାଇନ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ରାଜନୈତିକ ମହାନାଟକର ଆଜି ପୂର୍ଣ୍ଣଚ୍ଛେଦ ପଡିବ । କ୍ଷମତା ଲଢେଇର ଏହି ମହାଭାରତରେ ସମସ୍ତ ଦଳ କହୁଛନ୍ତି ଧର୍ମର ବିଜୟ ହେବ, ତେବେ କେଉଁଦଳ ଧର୍ମର ପକ୍ଷରେ ଅଛି କେଉଁଦଳ ଅଧର୍ମ ପକ୍ଷରେ ଅଛି ତାହା ସ୍ପଷ୍ଟ ହେବ ଆଜି ।

ଗତକାଲି ଦେଶର ସର୍ବୋଚ୍ଚ ଅଦାଲତ ଏକ ସନ୍ତୁଳିତ ରାୟ ଦେଇଥିଲେ । ଅଦାଲତଙ୍କ ରାୟ ପରେ କର୍ଣ୍ଣାଟକ ନାଟକ ଆହୁରି ରୋମାଞ୍ଚକ ହୋଇପଡିଛି । କୌଣସି ପରିସ୍ଥିତିରେ ବି ସରକାର ବଞ୍ଚାଇବାକୁ ମେଣ୍ଟ ସରକାର ଉଦ୍ୟମ ଅବ୍ୟାହତ ରଖିଥିବାବେଳେ ଯେ କୌଣସି ମୂଲ୍ୟରେ ହେଉ ପଛେ ମେଣ୍ଟ ସରକାରର ପତନ ଘଟାଇବାକୁ ବିଜେପି ନିଜ ଅଭିଯାନ ଜାରି ରଖିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀ ଆଜି ନିଜ ସରକାରର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ସେଥିପାଇଁ ଗତକାଲି ବୁଧବାର ସଂଧ୍ୟାରେ ସମସ୍ତ କଂଗ୍ରେସ ବିଧାୟକଙ୍କୁ ଭେଟିଛନ୍ତି ।

ଅନ୍ୟପଟେ ଜେଡିଏସ ନିଜ ବିଧାୟକଙ୍କ ଉପରେ ହ୍ବିପ ଜାରି କରିବା ସହ ସବୁ ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ନିର୍ଦ୍ଦେଶ ଜାରି କରିଛି । ଏହାସହ ଦଳ ନିଜ ବିଧାୟକଙ୍କୁ ଚେତାବନୀ ଦେଇ କହିଛି ଯେଉଁ ସଦସ୍ୟ ଆସ୍ଥା ଭୋଟ ସମୟରେ ଗୃହରେ ଉପସ୍ଥିତ ରହିବେ ନାହିଁ, ସେମାନଙ୍କ ସଦସ୍ୟତା ରଦ୍ଦ କରାଯିବ ।

ଏହି ଜୋଡତୋଡ ଭିତରେ ମେଣ୍ଟ ସରକାରକୁ ଏକ ଆଶ୍ବସ୍ଥି କଲାଭଳି ଖବର ଆସିଛି, ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ନେତୃତ୍ୱ ନେଉଥିବା ବିଧାୟକ ରାମାଲିଙ୍ଗା ରେଡ୍ଡୀ ଗତ ବିଳମ୍ବିତ ରାତ୍ରିରେ ମୁମ୍ବାଇ ଛାଡି କର୍ଣ୍ଣାଟକରେ ପହଞ୍ଚିଛନ୍ତି । କର୍ଣ୍ଣାଟକରେ ପହଞ୍ଚିବା ପରେ ନିଜ ସ୍ୱର ବଦଳାଇ କହିଛନ୍ତି କି ସେ ଆସ୍ଥା ଭୋଟ ସମୟରେ ଗୃହରେ ଉପସ୍ଥିତ ରହିବେ ଏବଂ ସରକାରଙ୍କ ସପକ୍ଷରେ ଭୋଟ ଦେବେ । ରେଡ୍ଡୀଙ୍କ ଏହି ବୟାନ ମେଣ୍ଟ ସରକାରକୁ ସଞ୍ଜୀବନି ସଦୃଶ୍ୟ ହୋଇଛି ।

ABOUT THE AUTHOR

...view details