ବେଙ୍ଗାଲୁରୁ: ଆସ୍ଥା ଭୋଟରେ ପରାଜୟ ହୋଇ ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ । କିନ୍ତୁ ରାଜ୍ୟରେ ଚାଲିଥିବା ରାଜନୈତିକ ନାଟକରେ ଏବେ ବି ପୂର୍ଣ୍ଣଚ୍ଛେଦ ପଡିନାହିଁ । କଂଗ୍ରେସ-ଜେଡିଏସର ଇସ୍ତଫା ଦେଇଥିବା 15 ବିଦ୍ରୋହୀ ବିଧାୟକଙ୍କ ଭବିଷ୍ୟତର ନିଷ୍ପତ୍ତି ଏବେ ସୁଦ୍ଧା ହୋଇ ନାହିଁ । ବିଧାନସଭା ବାଚସ୍ପଚି କେଆର ରମେଶ କୁମାର ସେମାନଙ୍କ ଇସ୍ତଫା ଉପରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ବାଚସ୍ପତି ସେମାନଙ୍କ ଇସ୍ତଫା ସ୍ବୀକାର କରିବେ ନା ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବେ ତାକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ । ତେବେ ଏହି ବିଦ୍ରୋହୀ ବିଧାୟକଙ୍କ ଭବିଷ୍ୟତକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।
କର୍ଣ୍ଣାଟକ: କ'ଣ ହେବ ବିଦ୍ରୋହୀ ବିଧାୟକଙ୍କ ଭବିଷ୍ୟତ ? - କର୍ଣ୍ଣାଟକ ସଙ୍କଟ
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଇସ୍ତଫା ପରେ କ'ଣ ହେବ ବିଦ୍ରୋହୀ ବିଧାୟକଙ୍କ ଭବିଷ୍ୟତ । ବାଚସ୍ପତି ସେମାନଙ୍କ ଇସ୍ତଫା ସ୍ବୀକାର କରିବେ ନା ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବେ ତାକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ ।
ବିଦ୍ରୋହି ବିଧାୟକଙ୍କ ମଧ୍ୟରେ ଅନେକ ୟେଦ୍ଦରୁପ୍ପାଙ୍କ ନେତୃତ୍ବରେ ହେବାକୁ ଥିବା ବିଜେପି ସରକାରରେ ସାମିଲ ହେବାକୁ ଚାହିଁବେ । କିନ୍ତୁ ସେଥିପାଇଁ ପ୍ରଥମେ ସେମାନଙ୍କୁ ବାଚସ୍ପତିଙ୍କ ସାମ୍ନା କରିବାକୁ ପଡିବ । ଯଦି ସେମାନଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରନ୍ତି, ତେବେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀଗୁଡିକରେ ପୁନଃନିର୍ବାଚନ ହେବ । ସରକାର ଚାହିଁଲେ ସମ୍ପୃକ୍ତ ବିଧାୟକଙ୍କୁ ଉପନିର୍ବାଚନ ପୂର୍ବରୁ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇପାରିବେ । ମାତ୍ର ଏହାର 6 ମାସ ମଧ୍ୟରେ ସେମାନଙ୍କୁ ବିଧାନସଭା କିମ୍ବା ବିଧାନପରିଷଦରେ ପୁର୍ନନିର୍ବାଚିତ ହୋଇ ଆସିବାକୁ ପଡିବ ।
କିନ୍ତୁ ଯଦି ବାଚସ୍ପତି ସେମାନଙ୍କୁ ସମ୍ବିଧାନର ଅନୁଚ୍ଛେଦ 165( ଦଳ ନିରୋଧକ ଆଇନ) ଅନୁଯାୟୀ ଅଯୋଗ୍ୟ ଘୋଷଣା କରନ୍ତି, ତାହେଲେ 6 ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରିବେ ନାହିଁ ବିଦ୍ରୋହୀ ବିଧାୟକ ।