ବେଙ୍ଗାଲୁରୁ: ଗତ 3 ସପ୍ତାହ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା କ୍ଷମତା ଲଢେଇ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିପାରେ । ଆସନ୍ତାକାଲି ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ଏକ ପ୍ରକାର ବାଧ୍ୟ ହେବେ । ତେବେ ଆସ୍ଥା ଭୋଟ ପୂର୍ବରୁ ମେଣ୍ଟ ସରକାରକୁ ଲାଗିଛି ଆଉ ଏକ ଜବରଦସ୍ତ ଝଟକା । ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିର ବିଧାୟକ ଏନ ମହେଶ ଆସ୍ଥା ଭୋଟରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
କର୍ଣ୍ଣାଟକ ନାଟକରେ ଟ୍ବିଷ୍ଟ ଆଣିଲେ ମାୟାବତୀ - ଆସ୍ଥା ଭୋଟ ପୂର୍ବରୁ ମେଣ୍ଟ ସରକାରରୁ ପ୍ରତ୍ୟାହାର କଲେ ବିଏସପି ବିଧାୟକ
କର୍ଣ୍ଣାଟକ ବିଧାନସଭାରେ ସୋମବାର ହେବାକୁ ଥିବା ଆସ୍ଥା ଭୋଟରେ ଯୋଗ ଦେବେ ନାହିଁ ବିଏସପି ବିଧାୟକ ଏନ ମହେଶ ।
![କର୍ଣ୍ଣାଟକ ନାଟକରେ ଟ୍ବିଷ୍ଟ ଆଣିଲେ ମାୟାବତୀ](https://etvbharatimages.akamaized.net/etvbharat/prod-images/768-512-3901956-thumbnail-3x2-maya.jpg)
ଡିଜାଇନ ଫଟୋ
ପୂର୍ବରୁ 16 ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ବାମୀଙ୍କ ସରକାର ସଙ୍କଟ ଘେରରେ ଆସିଥିଲା । ସରକାର ବଞ୍ଚାଇବା ପାଇଁ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରଙ୍କ ଅନେକ ଉଦ୍ୟମ ଜାରି ରଖିଥିବାବେଳେ ଜଣଙ୍କ ପରେ ଜଣେ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ସରକାରଙ୍କ ଚିନ୍ତା ଦ୍ବିଗୁଣିତ କରିଛି ।
ତେବେ ଏହାରି ଭିତରେ ଆସନ୍ତାକାଲି ସ୍ପଷ୍ଟ ହେବ କର୍ଣ୍ଣାଟକ ସିଂହାସନ କାହା ପାଖରେ ରହିବ ।